ETV Bharat / city

ନିରବତା ରକ୍ଷା କଲେ ହିଁ ନୂତନ ଉଦ୍ଭାବନ ପାଇଁ ଭାବନା ଜାଗ୍ରତ ହେବ: ରାଜ୍ୟପାଳ

author img

By

Published : Jul 15, 2022, 12:27 PM IST

ଓଡ଼ିଶାରୁ ବୈଜ୍ଞାନିକ ସୃଷ୍ଟି କରିବା ଲକ୍ଷ୍ୟ ଏଇ କଟକ ତୁଳସୀପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି ଓଡ଼ିଆ ବିଜ୍ଞାନ ସମ୍ମିଳନୀ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅପିଲ କରିଥିଲେ । ଅଧିକ ପଢନ୍ତୁ

ନିରବତା ରକ୍ଷା କଲେ ହିଁ ନୂତନ ଉଦ୍ଭାବନ ପାଇଁ ଭାବନା ଜାଗ୍ରତ ହେବ

କଟକ: ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଜ୍ଞାନ । ଭାରତର ପୁରାତନ ବିଜ୍ଞାନ ଠାରୁ ସୃଷ୍ଟି ହୋଇଛି ବର୍ତ୍ତମାନର ଆଧୁନିକ ବିଜ୍ଞାନ। ପ୍ରକୃତିର ପ୍ରତିଟି ପବନରେ ରହିଛି ବିଜ୍ଞାନ । ପଠାଣି ସାମନ୍ତଙ୍କ ଠାରୁ ଆରମ୍ଭ କରି ଆର୍ଯ୍ୟଭଟ୍ଟ ଭଳି ଅନେକ ଓଡ଼ିଆ ବୈଜ୍ଞାନିକ ରାଜ୍ୟ, ଦେଶ ସମେତ ବିଶ୍ୱରେ ମଧ୍ୟ ସମ୍ମାନିତ ହୋଇ ନାଁ ଅର୍ଜନ କରିଛନ୍ତି । ତେବେ ଓଡ଼ିଶାରୁ କେମିତି ବୈଜ୍ଞାନିକ ସୃଷ୍ଟି ହେବେ ସେ ଲକ୍ଷ୍ୟ ନେଇ କଟକ ତୁଳସୀପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି ଓଡ଼ିଆ ବିଜ୍ଞାନ ସମ୍ମିଳନୀ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ।

ଭାରତୀୟ ବିଜ୍ଞାନ କ୍ଷେତ୍ରର ପଠାଣି ସାମନ୍ତ - ଆର୍ଯ୍ୟଭଟ୍ଟ ଏନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମାନଙ୍କ ଦ୍ଵାରା ପୁରାତନ ଭାରତରୁ ସୃଷ୍ଟି ହୋଇଥିବା ବିଜ୍ଞାନ ଏବେ ସମଗ୍ର ବିଶ୍ବକୁ ମାର୍ଗଦର୍ଶନ ଦେଇଛି। ବର୍ତ୍ତମାନର ଯୁଗରେ ଏମାନଙ୍କୁ ଅଧ୍ୟୟନ କରିବା ସହ ଗବେଷଣା କରିବାର ଆବଶ୍ୟକତା ରହିଛି । ଆଉ ନୂତନ ଭାବେ ବୈଜ୍ଞାନିକଙ୍କୁ ତିଆରି କରିବା ପାଇଁ ଜୋରଦାର ଉଦ୍ୟମ କରିବାର ଆବଶ୍ୟକତା ରହିଛି । ଏହି ଲକ୍ଷ୍ୟ ନେଇ କଟକ ତୁଳସୀପୁର ସ୍ଥିତ ସ୍ୱରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ପ୍ରଥମ ଓଡ଼ିଆ ବିଜ୍ଞାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତେବେ ରାଜ୍ୟପାଳ କହିଛନ୍ତି ଯେ,"ବର୍ତ୍ତମାନର ଯୁଗରେ ସମସ୍ତ ପିଲାଙ୍କୁ ସ୍ୱାୟତ୍ତତାରେ ଦେବାର ଆବଶ୍ୟକତା ରହିଛି । କେବଳ ଏତିକି ନୁହେଁ ନିରବତା ରକ୍ଷା କଲେ ହିଁ ନୂତନ ନୂତନ ଉଦ୍ଭାବନ କରିବା ପାଇଁ ଭାବନା ଜାଗ୍ରତ ହେବ ।" ଓଡିଶାରୁ କେମିତି ଆହୁରି ବୈଜ୍ଞାନିକ ସୃଷ୍ଟି ହେବେ ସେ ଦିଗରେ ଏହି ପ୍ରୟାସ ପ୍ରଶଂସା ଯୋଗ୍ୟ ଅଟେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.