ETV Bharat / city

ବାରବାଟୀ ଟି20 ରେ ବଢିବ ଟିକେଟ ଦର, ଫୁଲ ଦର୍ଶକରେ ହେବ ମ୍ୟାଚ ! - ବାରବାଟିରେ ଟି ଟ୍ବେଣ୍ଟି ମ୍ୟାଚ

ଜୁନ 12 ରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ସାଉଥ ଆଫ୍ରିକା ଟି20 ମ୍ୟାଚ ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛି OCA । ଅଧିକ ପଢନ୍ତୁ

ବାରବାଟୀ ଟି20 ରେ ବଢିବ ଟିକେ ଦର, ଫୁଲ ଦର୍ଶକରେ ହେବ ମ୍ୟାଚ !

author img

By

Published : May 8, 2022, 10:51 PM IST

Updated : May 9, 2022, 3:26 PM IST

କଟକ: ଜୁନ 12 ରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ବନାମ ସାଉଥ ଆଫ୍ରିକା ଟି20 ମ୍ୟାଚ । ଫୁଲ୍ ଦର୍ଶକରେ ହେବ ବାରବାଟୀ ମୁକାବିଲା । ଏନେଇ ସରକାରଙ୍କ ସହ ଚାଲିଛି ଆଲୋଚନା । ଆସନ୍ତା ସପ୍ତାହ ସୁଦ୍ଧା ସବୁ କିଛି ସ୍ପଷ୍ଟ ହେବ ।

ବାରବାଟୀ ଟି20 ରେ ବଢିବ ଟିକେଟ ଦର, ଫୁଲ ଦର୍ଶକରେ ହେବ ମ୍ୟାଚ !

ଏହି ମ୍ୟାଚ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି ଓଡିଶା କ୍ରିକେଟ ଆସୋସିଏସନ(OCA) । ତେବେ ମ୍ୟାଚ ପରିଚାଳନାକୁ ନେଇ ଓସିଏ ପକ୍ଷରୁ ଡ଼କାଯାଇଛି ଏକ ସ୍ୱତନ୍ତ୍ର ସଧାରଣ ପରିଷଦ ବୈଠକ । ଏହି ବୈଠକରେ ମ୍ୟାଚ ସମ୍ପର୍କିତ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବିଶେଷକରି ଏହି ମ୍ୟାଚ ପାଇଁ ଦର୍ଶକଙ୍କୁ ଅନୁମତି ଦେବାକୁ ରାଜ୍ୟସରକାରଙ୍କ ଆଲୋଚନା ମାଧ୍ୟମରେ ଅନୁରୋଧ କରିଛି ଓସିଏ ।

ଏହାସହ 7 ନମ୍ବର ଗ୍ୟାଲେରୀ କାମ ଚଳିତ ମାସ ଶେଷ ସୁଦ୍ଧା ଶେଷ ହେବ । ଫଳରେ ମୋଟ 44,400 ଦର୍ଶକ ଏହି ମ୍ୟାଚ ଦେଖିବାର ସୁଯୋଗ ପାଇବେ । ଅନ୍ୟପଟେ ଟିକେଟର ମୂଲ୍ୟ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦରରେ ଟିକେଟ କିଣିବେ ଫ୍ୟାନ୍ସ । ଉଭୟ ଅନଲାଇନ ଓ ଅଫଲାଇନରେ ଉପଲବ୍ଧ ହେବ ଟିକେଟ । ତେବେ ଆସନ୍ତା ସପ୍ତାହ ସୁଦ୍ଧା ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 9, 2022, 3:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.