ETV Bharat / city

IND vs SA T20: ମ୍ୟାଚ୍‌ ପୂର୍ବରୁ ଦ୍ବିତୀୟ ପ୍ରସ୍ତୁତି ବୈଠକ, ପରିଚାଳନା ପାଇଁ ଦାୟିତ୍ୱ ବାଣ୍ଟିଲା ଓସିଏ

author img

By

Published : Jun 1, 2022, 4:39 PM IST

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି20 ମୁକାବିଲା ପାଇଁ ବସିଲା ଦ୍ୱିତୀୟ ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

IND vs SA T20: ମ୍ୟାଚ୍‌ ପୂର୍ବରୁ ଦ୍ବିତୀୟ ପ୍ରସ୍ତୁତି ବୈଠକ, ପରିଚାଳନା ପାଇଁ ଦାୟିତ୍ୱ ବାଣ୍ଟିଲା ଓସିଏ
IND vs SA T20: ମ୍ୟାଚ୍‌ ପୂର୍ବରୁ ଦ୍ବିତୀୟ ପ୍ରସ୍ତୁତି ବୈଠକ, ପରିଚାଳନା ପାଇଁ ଦାୟିତ୍ୱ ବାଣ୍ଟିଲା ଓସିଏ

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି20 ମୁକାବିଲା ପାଇଁ ବସିଲା ଦ୍ୱିତୀୟ ପ୍ରସ୍ତୁତି ବୈଠକ । ମ୍ୟାଚ୍‌ର ସୁପରିଚାଳନା ପାଇଁ ଓସିଏର ସମସ୍ତ ସଦସ୍ୟଙ୍କ ମତ ଲୋଡିଥିଲେ ଓସିଏ ସମ୍ପାଦକ ଓ କମିଟି । କୋଭିଡ ସଂକ୍ରମଣ ପରେ ଦର୍ଶକ ଯୁକ୍ତ ମ୍ୟାଚ ପାଇଁ ଅନୁମତି ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ଓସିଏ ।

ଓସିଏର ଦ୍ବିତୀୟ ପ୍ରସ୍ତୁତି ବୈଠକରେ ମେୟରଙ୍କ ସମେତ ବିଧାୟକ ଓ ବରିଷ୍ଠ କ୍ରୀଡାବିତ ଯୋଗ ଦେଇଥିଲେ । ଖେଳାଳିଙ୍କ ଆସିବାଠୁ ଆରମ୍ଭ କରି ରହିବା ଖାଇବା, ଅଭ୍ୟାସ, ଅଫଲାଇନ ଟିକେଟ ବିକ୍ରି, ସୁରକ୍ଷା ବ୍ୟବସ୍ଥା ଆଦି ଦିଗ ଉପରେ ବିଧିବଦ୍ଧ ଭାବରେ ବୈଠକରେ ଆଲୋଚନା ହୋଇଛି । ଆଗାମୀ ଦିନରେ କିଭଳି ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଆସି ପାରିବ ତାହାକୁ ନେଇ ଏବେ ପ୍ରସ୍ତୁତ ରହିବାକୁ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ପରେ ଏହାକୁ ନେଇ ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି । ତା ସହିତ ମ୍ୟାଚ୍‌ର ସୁପରିଚାଳନା ପାଇଁ ଦାୟିତ୍ୱ ବାଣ୍ଟିଛି ଓସିଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.