ETV Bharat / city

ଆଜି ଓସିଏ ନିର୍ବାଚନ

ଆଜି(ଶୁକ୍ରବାର) ଓସିଏ ନିର୍ବାଚନ । ଦିନ 11.30ରୁ ଆରମ୍ଭ ହେବ ମତଦାନ ପ୍ରକିୟା । ଅପରାହ୍ନ 2ଟା ସୁଦ୍ଧା ଶେଷ ହେବ ଭୋଟିଂ । ସନ୍ଧ୍ୟା 6ଟା ସୁଦ୍ଧା ଘୋଷଣା ହେବ ଫଳାଫଳ ।

ଫାଇଲ ଫଟୋ
author img

By

Published : Sep 27, 2019, 7:58 AM IST

Updated : Sep 27, 2019, 8:13 AM IST

କଟକ: ଆଜି(ଶୁକ୍ରବାର) ଓସିଏ ନିର୍ବାଚନ । ଦିନ11.30ରୁ ଆରମ୍ଭ ହେବ ମତଦାନ ପ୍ରକିୟା । ଅପରାହ୍ନ 2ଟା ସୁଦ୍ଧା ଶେଷ ହେବ ଭୋଟିଂ ପ୍ରକ୍ରିୟା । ଏହାପରେ ଭୋଟ ଗଣତି କରାଯାଇ ସନ୍ଧ୍ୟା 6ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ ।

6ଟି ପଦ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଶୁଭାଶିଷ୍‌ ସେନାପତି ଆଫେକ୍ସ କାଉନସିଲ ମେମ୍ବର ପଦ ହାତେଇ ନେଇଛନ୍ତି । ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଠିଆ ହୋଇନଥିବାରୁ ସେ ନିର୍ବାଚିତ ହୋଇଛନ୍ତି । ସେପଟେ ଅନ୍ୟ 5ଟି ପଦ ପାଇଁ 10 ଜଣ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । ସଭାପତି ଲଢେଇରେ ଅଛନ୍ତି ପ୍ରଦୀପ ଚୌହାନ ଓ ପଙ୍କଜ ଲୋଚନ ମହାନ୍ତି ଥିବାବେଳେ ସମ୍ପାଦକ ଲଢେଇରେ ନବ ରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରାଙ୍କ ମଧ୍ୟରେ ଟକ୍କର ହେଉଛି ।

ତେବେ ନିର୍ବାଚନରେ ପୂର୍ବତନ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ଭୋଟ ଉପରେ ସମସ୍ତଙ୍କ ନଜର ରହିଛି । ସେ ଚିଟଫଣ୍ଡ ମାମଲାରେ ଜେଲ୍‌ରେ ଥିବାରୁ କିପରି ଭୋଟ ଦେବେ ତାହା ଉପରେ ସମସ୍ତଙ୍କ ନଜର । ପୋଲିସ ହେପାଜତରେ ଆସି ନିଜ ମତଦାନ ସାବ୍ୟସ୍ତ କରିବେ ନା ପୋଷ୍ଟାଲ ବାଲାଟରେ ଭୋଟ ତାହା ଆଜି ସ୍ପଷ୍ଟ ହେବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Sep 27, 2019, 8:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.