ETV Bharat / city

ହାଇକୋର୍ଟରେ ଅନୁମୋଦିତ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି - odisha high court sanctioned judges number rise

ହାଇକୋର୍ଟରେ ଅନୁମୋଦିତ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି । ପୂର୍ବରୁ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ଅଧିକ ପଢନ୍ତୁ

ହାଇକୋର୍ଟରେ ଅନୁମୋଦିତ ବିଚାରପତି ହାଇକୋର୍ଟରେ ଅନୁମୋଦିତ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି   ସଂଖ୍ୟା ୩୩କୁ ବୃଦ୍ଧି
ହାଇକୋର୍ଟରେ ଅନୁମୋଦିତ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି
author img

By

Published : Feb 9, 2022, 8:19 AM IST

କଟକ: ବଢିଲା ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା । ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ଏବେ ୩୩କୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ସଂଖ୍ୟା ୨୭ ଥିଲା । ହେଲେ ଏବେ ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ ହାଇକୋର୍ଟକୁ ଚିଠି ଆସିଛି ।

ବିଚାରପତିଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି କରିବାକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ ମୁରଲୀଧର ଜାନୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୁପାରିଶ କରିଥିଲେ । ତଦନୁଯାୟୀ ଆଉ ୬ ଜଣ ବିଚାରପତିଙ୍କ ପଦ ଅନୁମୋଦିତ ହୋଇଛି ।

ମୁଖ୍ୟ ବିଚାରପତିଙ୍କୁ ମିଶାଇ ଓଡିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ନିକଟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଆଉ ୪ ଜଣଙ୍କ ନାମ ବିଚାରପତି ପାଇଁ ସୁପାରିଶ କରିଛନ୍ତି । ୨୦୧୪ ମସିହାରେ ଓଡିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୨ରୁ ବୃଦ୍ଧି ହୋଇ ୨୭ରେ ପହଞ୍ଚିଥିଲା । ହାଇକୋର୍ଟରେ ଏବେ ୧ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ବ ମାମଲା ବିଚାର ପାଇଁ ପଡି ରହିଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.