କଟକ: ବଢୁଛି ଡେଙ୍ଗୁ ଚିନ୍ତା । ରାଜ୍ୟରେ ବଢ଼ୁଛନ୍ତି ଡେଙ୍ଗୁ ରୋଗୀ । ଶନିବାର ଏସସିବିରେ 51 ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ 6 ଜଣ ଗୁରୁତର ଭାବେ ଡେଙ୍ଗୁ ଆଇସିୟୁରେ ଚିକିତ୍ସିତ ହେଇଛନ୍ତି ।
ଶନିବାର ଏସବିରେ 102ଟି ରକ୍ତନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ 19ଟି ପଜେଟିଭ ବାହାରିଛି । ସେଥିରୁ କଟକରୁ ସର୍ବାଧିକ 7 ଜଣ, ବାଲେଶ୍ଵରରୁ ଜଣେ, ଭଦ୍ରକରୁ ଦୁଇ ଜଣ, ଢେଙ୍କାନାଳରୁ ଜଣେ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୩ ଜଣ, କେନ୍ଦ୍ରାପଡା, ଖୋର୍ଦ୍ଧା, ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି ।
ତେବେ କଟକରେ ଯେଉଁ 7 ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କାଠଗଡା ସାହିରୁ 3 ଜଣ, କୁମ୍ଭରସାହି, ବାଙ୍କୀ, ନିଶ୍ଚିତକୋଇଲି, କିଶୋରନଗରରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଅଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ