ETV Bharat / city

ଏଣିକି କର୍ମଚାରୀଙ୍କ ପାଇଁ ରେଳ ଟ୍ରାକରେ ଗଡିବ ସାଇକେଲ

author img

By

Published : Aug 27, 2020, 12:39 PM IST

ରେଳ ଟ୍ରାକରେ ବିଭିନ୍ନ ସମୟରେ ମରାମତିର ଆବଶ୍ୟକତା ଥିବା ବେଳେ କର୍ମଚାରୀମାନଙ୍କୁ ଏଥିପାଇଁ ଚାଲି ଚାଲି ସେହି ସ୍ଥାନକୁ ଯିବାକୁ ପଡିଥାଏ । ଏମିତିରେ ଟ୍ରାକରେ କାମ କରୁଥିବା କର୍ମଚାରୀମାନଙ୍କ କଷ୍ଟ ଦୂର କରିବା ପାଇଁ ଏପରି ଅଭିନବ ଉପାୟର ଚିନ୍ତା କରିଛି ରେଳ ବିଭାଗ । ଅଧିକ ପଢନ୍ତୁ...

cycle to run on railway track, cuttack latest news, cuttack railway station latest news, railway decision, ରେଳ ଟ୍ରାକରେ ଗଡିବ ସାଇକେଲ, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକ ରେଳ ଷ୍ଟେସନ ଲାଟେଷ୍ଟ ନ୍ୟୁଜ୍‌, ରେଳ ବିଭାଗ ନିଷ୍ପତ୍ତି
ଏଣିକି ରେଳ ଟ୍ରାକରେ ଗଡିବ କର୍ମଚାରୀଙ୍କ ପାଇଁ ସାଇକେଲ

କଟକ: ରେଳ ଟ୍ରାକରେ ବିଭିନ୍ନ ସମୟରେ ମରାମତିର ଆବଶ୍ୟକତା ଥିବା ବେଳେ କର୍ମଚାରୀମାନଙ୍କୁ ଏଥିପାଇଁ ଚାଲି ଚାଲି ସେହି ସ୍ଥାନକୁ ଯିବାକୁ ପଡିଥାଏ । ଏହା ବ୍ୟତୀତ ମରାମତି କାର୍ଯ୍ୟ ପାଇଁ ଟ୍ରେନ ଚଳାଚଳରେ ମଧ୍ୟ ଅନେକ ସମୟରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳେ । ଏମିତିରେ ଟ୍ରାକରେ କାମ କରୁଥିବା କର୍ମଚାରୀମାନଙ୍କ କଷ୍ଟ ଦୂର କରିବା ପାଇଁ ଏପରି ଅଭିନବ ଉପାୟର ଚିନ୍ତା କରିଛି ରେଳ ବିଭାଗ ।

ଏହାଦ୍ବାରା କର୍ମଚାରୀଙ୍କ ଆଉ ପାଦରେ ଚାଲି ଟ୍ରାକ ମରାମତି ପାଇଁ ଯିବାକୁ ପଡିବ ନାହିଁ । କିମ୍ବା ରେଳ ଛାଡିବା ପୂର୍ବରୁ ଟ୍ରାକ ଚେକିଂ ପାଇଁ ମଧ୍ୟ କଷ୍ଟ କରିବାକୁ ପଡିବ ନାହିଁ । ଏବେ ସାଇକେଲର ବ୍ୟବହାର କରି କର୍ମଚାରୀମାନେ କମ ସମୟରେ ମରାମତି କାର୍ଯ୍ୟ ତ୍ବରିତ ଭାବେ କରିପାରିବେ । ତେବେ ଏହି ପ୍ରକ୍ରିୟା ବୁଧବାରଠାରୁ କଟକ ରେଳ ଷ୍ଟେସନରେ ଆରମ୍ଭ ହୋଇଛି । ଯାହାକୁ ନେଇ ଟ୍ରାକ କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି ।

ପୂର୍ବରୁ ପାଦରେ ଚାଲି ଚାଲି ମରାମତି ପାଇଁ ଅନେକ ବାଟ ଯିବାକୁ ପଡୁଥିଲା । କିନ୍ତୁ ଏବେ ସେ ଦୁଃଖ ଆଉ ନାହିଁ ସାଇକେଲରେ ସିଧା ଯାଇକି ଯେଉଁଟି ବି ତ୍ରୁଟି ଥିବ ତାକୁ ସଙ୍ଗେ ସଙ୍ଗେ ମରାମତି କରିହେବ ବୋଲି କହିଛନ୍ତି ଟ୍ରାକ ମରାମତି କରୁଥିବା କର୍ମଚାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.