ETV Bharat / city

ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟ ପ୍ରସଙ୍ଗ, ଶୈଳବାଲା ଜମି ଅଧିଗ୍ରହଣ ମାମଲରେ ହାଇକୋର୍ଟଙ୍କ ନୋଟିସ - ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟ ପ୍ରସଙ୍ଗ

କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ଶୈଳବାଳା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ

ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟ ପ୍ରସଙ୍ଗ,
ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟ ପ୍ରସଙ୍ଗ,
author img

By

Published : Jun 2, 2022, 10:03 PM IST

କଟକ: କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ଶୈଳବାଳା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ସଚିବ, ସଂସ୍କୃତି ସଚିବଙ୍କ ସହ କଟକ ଜିଲ୍ଲାପାଳ ଓ ଶୈଳବାଳା କଲେଜ ଅଧ୍ୟକ୍ଷାଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି।

ଚଣ୍ଡୀ ମନ୍ଦିର ପରିସୀମା ସମ୍ପ୍ରସାରଣ ପାଇଁ ଶୈଳବାଲା ମହାବିଦ୍ୟାଳୟ ର ଜମି ଅଧିଗ୍ରହଣକୁ ବିରୋଧ କରି ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆଗତ ମାମଲାରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି। କଟକର ଐତିହାସିକ ଚଣ୍ଡିମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା କଲେଜର ପ୍ରାୟ ୩୦୦୦ ବର୍ଗ ଫୁଟ ଜମି କୁ ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ସମ୍ପୃକ୍ତ ଜମିରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଖେଳ ପଡିଆ ରହିଛି।

ଏହାକୁ ଏକ ଧାର୍ମିକ ଅନୁଷ୍ଠାନ ପାଇଁ ଅଧିଗ୍ରହଣ କରିବା ବେଆଇନ ବୋଲି ଦର୍ଶାଇ ଏହି ମାମଲା ରୁଜୁ କରାଯାଇଥିଲା। ଶିକ୍ଷାନୁଷ୍ଠାନ ଭଳି ଏକ ଅନୁଷ୍ଠାନର ଜମିକୁ ଏକ ନିର୍ଦ୍ଧିଷ୍ଟ ଧର୍ମ ପାଇଁ ବ୍ୟବହାର କରିବା ସମ୍ବିଧାନର ବିରୋଧାଚରଣ କରୁଛି ବୋଲି ଆବେଦନକାରୀ ଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ।

ଅନ୍ୟପଟେ ସବୁକିଛି ଆଇନ ଅନୁଯାୟୀ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଉଭୟ ପକ୍ଷଙ୍କୁ ଶୁଣିବା ପରେ ସବିଶେଷ ତଥ୍ୟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୭ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.