କଟକ: ଚଳିତବର୍ଷ ଗଣେଶ ପୂଜା ପରି କୋଭିଡ ପାଇଁ ଫିକା ପଡିପାରେ ଦଶହରା । ପୂଜା ମଣ୍ଡପ ବା ପେଣ୍ଡାଲ ମାନଙ୍କରେ ହେବନାହିଁ ଦୂର୍ଗାପୂଜା । ମାତ୍ର ଲୋକେ ଚାହିଁଲେ ନିଜ ଘରେ ମା'ଙ୍କ ପୂଜା କରିପାରିବେ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
ପୂଜା ମଣ୍ଡପ ନିକଟରେ ହୋଇପାରିବ ନାହିଁ ସମାବେଶ । ଭିଡ଼କୁ ବାରଣ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ତେବେ ପୂଜା ମଣ୍ଡପରେ ପୂଜା ହେବ କି ନାହିଁ, ସେନେଇ କୌଣସି ନିଷ୍ପତି ନିଆଯାଇ ନଥିବା ଜିଲ୍ଲାପାଳ କହିଛନ୍ତି ।
ଅନ୍ୟପଟେ କୋଭିଡ ନିୟମ ଅନୁଯାୟୀ ପୂଜା ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ