ETV Bharat / city

ଚଳିତବର୍ଷ କଟକରେ ଶୋଭା ପାଇବନି ଚାନ୍ଦି ମେଢ, ପ୍ରଭାବିତ ତାରକସି କାରିଗର - cuttack dasara

ନିରାଡମ୍ବର ଭାବେ ପାଳନ ହେବ କଟକର ପ୍ରସିଦ୍ଧ ଦଶହରା । କୋରୋନା ପାଇଁ ଜାରି କଟକଣା ହେତୁ ମେଢରେ ସଜେଇ ହେବନି ପୂଜା ମଣ୍ଡପ । ହାତବାନ୍ଧି ବସିଛନ୍ତି ତାରକସି କାରିଗର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

cuttack
ଚଳିତବର୍ଷ କଟକରେ ଶୋଭା ପାଇବନି ଚାନ୍ଦି ମେଢ, ପ୍ରଭାବିତ ତାରକସି କାରିଗର
author img

By

Published : Oct 10, 2020, 5:41 PM IST

କଟକ: ଆଉ କିଛି ଦିନର ଅପେକ୍ଷା । ଧରାପୃଷ୍ଠକୁ ଓହ୍ଲାଇବେ ମା' ମହିଷାମର୍ଦ୍ଦିନୀ । ମା'ଙ୍କ ଆଗମନରେ ଚଳଚଞ୍ଚଳ ହୁଏ ସାରା ରାଜ୍ୟ । ଓଡିଶାର ଦୁର୍ଗା ପୂଜାରେ କଟକର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । କାରଣ କଟକ ଦଶହରାରେ କଟକୀ ତାରକସିର ଝଲକ ଦେଖିବାକୁ ମିଳିଥାଏ । ରୂପା କାରିଗରଙ୍କ ନିଖୁଣ ତାରକସି କାରିଗରୀ କାମରେ ମାଙ୍କ ମେଢ ସଜ୍ଜା ହୁଏ, ଯାହା କଟକ ସହିତ କଟକ ବାହାର ଲୋକଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ । ହେଲେ ଏବର୍ଷ ସୁନା ଓ ଚାନ୍ଦି ମେଢ ପାଇଁ ପ୍ରସିଦ୍ଧ କଟକର ଦୁର୍ଗା ପୂଜା ଫିକା ପଡିବ । କାରଣ କୋରୋନା ମହାମାରୀ ପାଇଁ ଲାଗୁ ହୋଇଥିବା କଟକଣାରେ ଏଥର ପ୍ରତିଟି ପୂଜା ମଣ୍ଡପରେ ଛୋଟ ମୂର୍ତ୍ତିରେ ପୂଜା ପାଇବେ ମା' ଦୁର୍ଗା । ଦଶହରାରେ ସୁନା ଓ ଚାନ୍ଦି ମେଢର ଚମକ ଦେଖିବାକୁ ମିଳିବ ନାହିଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ତାରକସି କାରିଗରଙ୍କ ଉପରେ ।

ଚଳିତବର୍ଷ କଟକରେ ଶୋଭା ପାଇବନି ଚାନ୍ଦି ମେଢ, ପ୍ରଭାବିତ ତାରକସି କାରିଗର

ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ରୂପା ଓ ସୁନାରେ ବିଭିନ୍ନ ମେଢ ସଜାଇ ଆସୁଛନ୍ତି କଟକର ପ୍ରତିଷ୍ଠିତ ତାରକସି କାରିଗର ବିଶ୍ବନାଥ ଦେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 30ଟି ପୂଜା ମଣ୍ଡପରେ ତାଙ୍କ ଟିମ ପକ୍ଷରୁ ହାତ ତିଆରି ମେଢ ସଜ୍ଜିତ ହୋଇଛି । ପ୍ରତିବର୍ଷ ଦଶହରାରେ ସେ ନୂଆ ନୂଆ ମେଢ କାମ କରିଥାନ୍ତି । ଚଳିତବର୍ଷ କୋରୋନା ପାଇଁ ସମସ୍ତ ପୂଜା କମିଟି ମେଢ କାମରୁ ଓହରିଯାଇଥିବାରୁ, ଦଶହରା ସମୟରେ 6 ମାସ ପୂର୍ବରୁ ତର ମିଳୁନଥିବା କାରିଗରମାନେ ଏବେ ହାତଗୋଡ ବାନ୍ଧି ବସିଛନ୍ତି । ୨୦ ରୁ ୩୦ କାରିଗର ବଦଳରେ ବର୍ତ୍ତମାନ ଜଣେ କି ଦୁଇ ଜଣଙ୍କୁ ନେଇ କାମ କରୁଥିବା କହିଛନ୍ତି ବିଶ୍ବନାଥ ।

ବର୍ଷକୁ ଥରେ ମେଢ଼ ତିଆରି କରି ଭଲ ରୋଜଗାର କରୁଥିବା ତାରକସି କାରିଗରଙ୍କ ଜୀବିକା ଏବେ କୋରୋନା ପାଇଁ ପ୍ରଭାବିତ । ଏପରି ସମସ୍ୟା ଲାଗି ରହିଲେ କଳାକାର କଳାରୁ ମୁହଁ ମୋଡି ଅନ୍ୟ ପନ୍ଥା ବାଛି ନେବାକୁ ବାଧ୍ୟ ହେବ । ଏଥିରେ ସନ୍ଦେହ ନାହିଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.