କଟକ: 2 ବର୍ଷ ତଳେ ଘଟିଥିବା ୯ ବର୍ଷିୟା ନାବାଳିକା ଦୁଷ୍କର୍ମ ମାମଲାର ଆସିଛି ରାୟ । ଅଭିଯୁକ୍ତ ଦେବେନ୍ଦ୍ର ସାମଲ ଓରଫ ଦେବୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ହାଇକୋର୍ଟ । ଏଥିସହ ଜରିମାନା ଦେଇ ନପାରିଲେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ମାମଲାର ରାୟ ପ୍ରକାଶ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଘଟଣା ଅନୁସାରେ କଟକ ଲାଲବାଗ ଅଞ୍ଚଳରେ ନାବାଳିକା ପୀଡିତା ଜଣକ ଅଙ୍ଗନୱାଡି ଯାଇଥିବା ବେଳେ, ଅଭିଯୁକ୍ତ ତାକୁ ଚକଲେଟ ଦେବାକୁ ବାହାନ କରି ଏକ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲା । ଘଟଣାକୁ ନେଇ ସେତେବେଳେ ସାରା ରାଜ୍ୟରେ ତୋମ୍ବି ତୋଫାନ ହୋଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ