କଟକ: ଦିନକ ପରେ ଲେଉଟିବ କ୍ୟାଲେଣ୍ଡରର ଫର୍ଦ୍ଦ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷରେ ପାଦ ଥାପିବେ ସିଲଭର ସିଟି ବାସିନ୍ଦା। ନୂଆବର୍ଷ ପାଳନ ପାଇଁ ସଜେଇ ହେଲାଣି କଟକ ସହରର ବିଭିନ୍ନ ହୋଟେଲ ଓ କ୍ଲବ । କଟକ କ୍ଲବରେ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ଚଳିତବର୍ଷ ଏହି କ୍ଲବରେ ପ୍ରାୟ ୨ ହଜାର ଲୋକଙ୍କ ସମାଗମ ହେବ ବୋଲି ସଦସ୍ୟ ପ୍ରମୋଦ ନନ୍ଦ କହିଛନ୍ତି।
କଟକ କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ବଲିଉଡର ଅଭିଷେକ ସିହ୍ନା ଚୌଧୁରୀ ଓ ଅର୍ପିତା ସରକାରଙ୍କୁ ଅଣାଯାଉଥିବା କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା କୁହାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ