କଟକ: ଆଜିଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେଲା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ପ୍ରଫେସର ଡ଼ଃ କମଲଜିତ ସିଂହ।ମଧୁ ଜୟନ୍ତୀ ।
ଆଜି ସ୍ବତନ୍ତ୍ର ଓଡିଶାର ସ୍ବପ୍ନ ଦେଖିଥିବା ମଧୂସୁଦନ ଦାସଙ୍କ ଜନ୍ମଦିନ । 1848 ମସିହା ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ମଧୁସୂଦନ ଆଇନ କଲେଜ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି । ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ପ୍ରଫେସର ଡ଼ଃ କମଲଜିତ ସିଂହ।ମଧୁ ଜୟନ୍ତୀ ।
ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ ସଦୃଢ଼ କରାଯିବ । ସେହିପରି ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯିବ । ଯେଉଁ ସମସ୍ୟା ଗୁଡିକ ରହିବ ସେଗୁଡିକର ସମାଧାନ କରାଯିବ ବୋଲି ନୂତନ କୁଳପତି କହିଛନ୍ତି । ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଶ୍ୱବିଦ୍ୟାଳୟରେ ପହଞ୍ଚି ନୂତନ କୁଳପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ବିଶ୍ୱବିଦ୍ୟାଳୟର ପ୍ରଥମ ଜନ୍ମଦିନ । ତେବେ ବିଶ୍ୱବିଦ୍ୟାଳୟର ସମସ୍ୟା ସମାଧାନ ଉପରେ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।
କଟକରୁ ପ୍ରଭୁକଲ୍ୟାଣ ସାହୁ, ଇଟିଭି ଭାରତ