ETV Bharat / city

ସିଲଭରସିଟିରେ ଜନ୍ମ ନେଲା 'ୟସ' - ସିଲଭରସିଟିରେ ଜନ୍ମ ନେଲା ୟସ

ବାତ୍ୟା ୟସ ସମୟରେ କଟକରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଯାହାର ନାମ ପିତାମାତା ୟସ ରଖିଛନ୍ତି । ଅଧିକ ପଢନ୍ତୁ...

ସିଲଭରସିଟିରେ ଜନ୍ମ ନେଲା ୟସ
ସିଲଭରସିଟିରେ ଜନ୍ମ ନେଲା ୟସ
author img

By

Published : May 26, 2021, 10:51 PM IST

କଟକ: ସିଲଭରସିଟିରେ ଜନ୍ମ ନେଲା ୟସ । ବାତ୍ୟା ୟସ ସମୟରେ କଟକରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଯାହାର ନାମ ପିତାମାତା ୟସ ରଖିଛନ୍ତି ।

ସିଲଭରସିଟିରେ ଜନ୍ମ ନେଲା ୟସ
ସିଲଭରସିଟିରେ ଜନ୍ମ ନେଲା ୟସ

ମଙ୍ଗଳବାର ବର୍ଷା ତୋଫାନ ବିଳମ୍ବିତ ରାତିରେ ଏକ ଘରୋଇ ନର୍ସିଂ ହୋମରେ ଜନ୍ମ ହୋଇଛି ୟସ। ତେବେ ପୁଅର ନାମକୁ ନେଇ ପରିବାର ଲୋକ ବେଶ ଖୁସି ପ୍ରକଟ କରିଛନ୍ତି।

ସିଲଭରସିଟିରେ ଜନ୍ମ ନେଲା ୟସ
ସିଲଭରସିଟିରେ ଜନ୍ମ ନେଲା ୟସ
ସିଲଭରସିଟିରେ ଜନ୍ମ ନେଲା ୟସ
ସିଲଭରସିଟିରେ ଜନ୍ମ ନେଲା ୟସ

ସେ ତିତଲି ବାତ୍ୟା ହେଉକି ଅମ୍ଫାନ ଅବା ଫନି ଏହି ସବୁ ବାତ୍ୟା ସମୟରେ ଜନ୍ମିତ ଶିଶୁଙ୍କ ନାମ ସେହି ନାଁ ଅନୁଯାୟୀ କରାଯିବାର ନଜିର ରହିଛି। ଏଥିରୁ ବାଦ ଯାଇନି ୟସ ।

ଓଡ଼ିଶାରେ ତାଣ୍ଡବ ରଚିଥିବା ୟସ ବାତ୍ୟାରେ ଜନ୍ମ ହେବାରୁ ବାପା ମାଆ ପୁଅର ନାମ ଦେଇଛନ୍ତି ୟସ । କଟକ ଶିଖରପୁର ଅଞ୍ଚଳର ସୋମ୍ୟରଞ୍ଜନ ପ୍ରଧାନ ଗତ ବର୍ଷ ଜୁଲାଇରେ ସେ ସ୍ବାଗତିକା ପ୍ରଧାନଙ୍କୁ ବିବାହ କରିଥିଲେ।

ମଙ୍ଗଳବାର ରାତିରେ ପରିବାର ଲୋକେ ସ୍ବାଗତିକାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତ୍ରିରେ ସ୍ବାଗତିକା ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଜନ୍ମ ପରେ ପିଲାର ନାଁ ୟସ ଦେବାକୁ ଡାକ୍ତରମାନେ ଅନୁରୋଧ କରିଥିଲେ।

ଯାହାକୁ ପରିବାର ଲୋକେ ଗ୍ରହଣ କରିବା ସହିତ ପିଲାର ନାମକରଣ ୟସ କରିଛନ୍ତି । ୟସ ବାତ୍ୟାର ସ୍ମୃତିକୁ ମନେରଖିବାକୁ ଏପରି ନାମକରଣ କରିଥିବା ବାପା ସୌମ୍ୟରଞ୍ଜନ କହିଥିବା ବେଳେ ନାମକରଣକୁ ନେଇ ପରିବାରର ସମସ୍ତେ ଖୁସି ଥିବା କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.