ETV Bharat / city

ନେତାଜୀ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ବିଳମ୍ବ, ୨୦୨୩ ସୁଦ୍ଧା ସରିବ କାମ

author img

By

Published : Aug 21, 2022, 11:42 AM IST

Updated : Aug 21, 2022, 2:34 PM IST

ନେତାଜୀ ବସ ଟର୍ମିନାଲର ସ୍ଥିତି ସମୀକ୍ଷା କରିଛନ୍ତି କଟକ ମେୟର ଓ କମିଶନର । ୨୦୨୩ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଲକ୍ଷ ରହିଥିବା କହିଲେ ମେୟର । ଅଧିକ ପଢନ୍ତୁ

ନେତାଜୀ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ବିଳମ୍ବ, ୨୦୨୩ ସୁଦ୍ଧା ସରିବ କାମ
ନେତାଜୀ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ବିଳମ୍ବ, ୨୦୨୩ ସୁଦ୍ଧା ସରିବ କାମ

କଟକ: ଧାର୍ଯ୍ୟ ସମୟ ଠୁ ବିଳମ୍ବ ହୋଇଛି କଟକ ନେତାଜୀ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ । ଏନେଇ ଟର୍ମିନାଲର ସ୍ଥିତି ସମୀକ୍ଷା କରିଛନ୍ତି କଟକ ମେୟର ଓ କମିଶନର । ନେତାଜୀ ସୁବାଷ ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକ ପାଇଁ ଏହି ବଡ଼ ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ନିର୍ମାଣ କାର୍ଯ୍ୟର ଅବଧି ସରିଥିଲେ ମଧ୍ୟ କାର୍ଯ୍ୟ ଶେଷ ହୋଇନି, ଫଳରେ କାର୍ଯ୍ୟ କେବେ ଶେଷ ହେବା ନେଇ ଏବେ ପ୍ରଶ୍ନ ଉଠିଛି । ଅନ୍ୟପଟେ ଆଗାମୀ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ଶେଷ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ।

କଟକ ସହରକୁ ସ୍ମାର୍ଟ ସହର କରିବା ନେତାଜୀ ସୁବାଷ ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ୬୫ କୋଟି ଟଙ୍କା ବିନିମୟରେ ଏହି ନୂତନ ବସ ଟର୍ମିନାଲର ଶୁଭାରାମ୍ଭ ହୋଇଥିଲା । ମୋଟ ୧୭ ଏକର ଜାଗାରୁ ୨ ଏକର ମାର୍କେଟ କଂପ୍ଲେକ୍ସ ପାଇଁ ରଖାଯାଇଛି । ଅବଶିଷ୍ଟ ୧୫ ଏକର ଜାଗାରେ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ବସ ଷ୍ଟାଣ୍ଡରେ ସରକାରୀ, ବେସରକାରୀ, ମୋ ବସ ଇତ୍ୟାଦି ବସ ରହିବାର ଵ୍ୟବସ୍ଥା ମଧ୍ୟ କରାଯିବା । ଏହା ସହ ଯାତ୍ରୀ ମାନଙ୍କ ନିମନ୍ତେ ଆଶ୍ରୟ ସ୍ଥଳୀ, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ ଆଦିର ବ୍ୟବସ୍ଥା ମଧ୍ୟ ରହିଛି । ନିର୍ମାଣ କାର୍ଯ୍ୟରେ ୫୫୦ କୁଶଳୀ ଶ୍ରମିକ ନିୟୋଜିତ ରହିଥବା ବେଳେ ଆଜି ପର୍ଯ୍ୟନ୍ତ କାମ ଶେଷ ହୋଇପାରିନାହିଁ । ତେବେ ଆଗାମୀ ୨୦୨୩ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଲକ୍ଷ ରହିଥିବା କହିଛନ୍ତି ମେୟର । ରାଜ୍ୟ ସରକାରଙ୍କ ୫ ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:କଟକ ଖାନନଗରରେ ହେବ ଅତ୍ୟାଧୁନିକ ବସ ଟର୍ମିନାଲ, ଖର୍ଚ୍ଚ ହେବ ୬୫ କୋଟି

ବାଦାମବାଡି ବସ୍‌ଷ୍ଟାଣ୍ଡରେ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବା ପାଇଁ ୨୦୨୧ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ବତନ୍ତ୍ର କିଓସ୍କ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Aug 21, 2022, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.