ETV Bharat / city

ସମ୍ଭାବ୍ୟ ବନ୍ୟା ପାଇଁ ମୁତୟନ ହେଲେ NDRF-ଓଡ୍ରାଫ - ବନ୍ୟା ମୁକାବିଲା

ମହାନଦୀରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଆରମ୍ଭ ହୋଇଛି NDRF ଓ ଓଡ୍ରାଫ ଟିମର ମୁତୟନ କାର୍ଯ୍ୟ । NDRFର 6 ଟିମ୍ ବିଭିନ୍ନ ଜିଲ୍ଲାରେ ହେବେ ମୁତୟନ । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବନ୍ୟା ପାଇଁ ମୁତୟନ ହେଲେ NDRF-ଓଡ୍ରାଫ

author img

By

Published : Sep 16, 2021, 4:38 PM IST

Updated : Sep 16, 2021, 10:35 PM IST

କଟକ: ମହାନଦୀରେ ଛୋଟ-ମଧ୍ୟମ ଧରଣର ବନ୍ୟା ଆସିବ । ସୂଚନା ଦେଇଛନ୍ତି ଏସଆରସି । ଏହି ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ NDRF ଟିମ୍ ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି । NDRFର ମୋଟ 6 ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହେବେ ।

ସମ୍ଭାବ୍ୟ ବନ୍ୟା ପାଇଁ ମୁତୟନ ହେଲେ NDRF-ଓଡ୍ରାଫ

କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ବରରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ ହୋଇଛନ୍ତି । ଆଉ ଦୁଇଟି ଟିମ୍ ମୁତୟନ ପାଇଁ ପ୍ରସ୍ତୁତ ରହିଥିବା NDRF ପକ୍ଷରୁ କୁହାଯାଇଛି ।

ସେହିପରି ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଓଡ୍ରାଫ ଟିମ୍ ମୁତୟନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 6ଟି ଜିଲ୍ଲାକୁ ମୋଟ 9ଟି ଓଡ୍ରାଫ ଟିମ୍ ପଠାଯାଇଛି । ସେଥିମଧ୍ୟରୁ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁରକୁ ଦୁଇଟି ଲେଖାଏଁ ଟିମ୍ ଯାଇଥିବାବେଳେ ବାଲେଶ୍ବର, ପୁରୀ ଓ କଟକର ଆଠଗଡକୁ ଗୋଟିଏ ଲେଖାଏଁ ଟିମ୍ ପଠାଯାଇଛି ।

ଟିମଗୁଡିକ ସେହି ସବୁ ସ୍ଥାନରେ ମୁତୟନ ହୋଇ ଆବଶ୍ୟକ ସ୍ଥଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହେବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 16, 2021, 10:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.