ETV Bharat / city

ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲା, ଆଜି ହାଇକୋର୍ଟରେ ଶୁଣାଣି - High Court be Hear today

ଆଜି ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲାର ଶୁଣାଣି ହାଇକୋର୍ଟରେ ହେବ । ଅଧିକ ପଢନ୍ତୁ...

ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲା
ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲା
author img

By

Published : Dec 24, 2020, 10:22 AM IST

କଟକ: ହାଇକୋର୍ଟରେ ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲାର ଆଜି ହେବ ଶୁଣାଣି । ଅଦାଲତଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏସଆଇଟି ଦାଖଲ କରିବ ତଦନ୍ତର ଅଗ୍ରଗତି ସମ୍ପର୍କିତ ବିସ୍ତୃତ ରିପୋର୍ଟ। ଗତ 16 ତାରିଖ ଶୁଣାଣି ସମୟରେ ଏସଆଇଟି ପକ୍ଷରୁ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଥିଲା।

ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମ
ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମ

ତେବେ ଇତି ମଧ୍ୟରେ ଏସଆଇଟି ଜଣେ କଲେଜ ଛାତ୍ରକୁ ଘଟଣାରେ ଗିରଫ କରିଛି । 21 ତାରିଖରେ ଅଭିଯୁକ୍ତକୁ ଗିରଫ କରିବା ସହ ତିନି ଦିନିଆ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିଛି । ଯାହାର ତଥ୍ୟ ହାଇକୋର୍ଟରେ ଉପସ୍ଥାପନ କରିଯାଇପାରେ ବୋଲି ଆଶା କରାଯାଉଛି ।

ସୂଚନା ଥାଉକି, ଡିସେମ୍ବର 4 ତାରିଖରେ ଏହି ମାମଲାର ଶୁଣାଣି କରି କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ। ଅଭିଯୁକ୍ତକୁ ଅଦ୍ୟାବଧି କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ଅଦାଲତ। ଏହାସହ ନାବାଳିକାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ।

ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ଚାଲିଛି। ନାବାଳିକାଙ୍କ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଆବେଦନ ହୋଇଛି। ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ଦାୟର କରାଯାଇଛି।

ମାମଲା ଦୁଇଟିରେ ରାଜ୍ୟ ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ନୟାଗଡ ଜିଲ୍ଲାପାଳ, ନୟାଗଡ ଏସପି, ନୟାଗଡ ସଦର ଥାନାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାରେ ଆବେଦନ କରାଯାଇଛି ଯେ, ବାହ୍ୟ ଚାପ ମୁକ୍ତ ତଦନ୍ତକାରୀ ସଂସ୍ଥାକୁ ଏହି ତଦନ୍ତ ଦାୟିତ୍ବ ଦିଆଯାଉ। ଯେତେ ପ୍ରଭାବଶାଳୀ ବ୍ୟକ୍ତି ଥାନ୍ତୁ ନା କାହିଁକି ଏହାର ସଠିକ କରାଯାଉ ଅବା ସିବିଆଇ ଦ୍ବାରା ତଦନ୍ତ କରାଯାଉ। ସେହିପରି ପୀଡିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରାର୍ଥନା କରାଯାଇଛି। ତେବେ ଗତକାଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲାରେ ଏକ ମିସକେସ ମଧ୍ୟ ଦାଖଲ କରାଯାଇଛି।

ସେପଟେ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ହୋଇଥିବା ଆବେଦନରେ ପ୍ରାର୍ଥନା କରାଯାଇଛି କି, ଏହି ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଉ କିମ୍ବା ସିବିଆଇ ଦ୍ବାରା ତଦନ୍ତ କରାଯାଉ। ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ମଧ୍ୟ ପ୍ରାର୍ଥନା କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.