ETV Bharat / city

ନୟାଗଡ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଚାଲିଛି କଳାଧନ ଖୋଜା

author img

By

Published : Mar 30, 2022, 9:53 AM IST

Updated : Mar 30, 2022, 10:42 AM IST

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ । ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ଚଢାଉ । ଅଧିକ ପଢନ୍ତୁ

Vigilance Raid: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ, ୩ଟି ଜିଲ୍ଲାର ୬ଟି ସ୍ଥାନରେ ଚାଲିଛି ରେଡ୍

କଟକ/ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସହକାରୀ ନିରବାହୀ ଯନ୍ତ୍ରୀ(Executive Engineer) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ୩ଟି ଜିଲ୍ଲାର ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ ଜାରି ରହିଛି ।

ନୟାଗଡ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଚାଲିଛି କଳାଧନ ଖୋଜା

ସୂଚନାଅନୁସାରେ, ଭୁବନେଶ୍ୱର ପଟିଆ ଏବଂ ଗାୟତ୍ରୀ ବିହାରରେ ଅବସ୍ଥିତ ଆବାସିକ ଘର, କଟକ କିଶନ ନଗର ପିନପୁର ଏବଂ ଅଲିସା ବଜାର ଠାରେ ଥିବା ଆବାସ, ନୟାଗଡ଼ ଆରଡି ସବ୍-ଡିଭିଜନ୍ ଅଫିସରେ ଅବସ୍ଥିତ ଅଫିସ୍ ରୁମ୍ ଏବଂ ନୟାଗଡ଼ ଟାଉନରେ ଅବସ୍ଥିତ ଆବାସିକ ଘରରେ ଚାଲିଛି ରେଡ । ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଜରିଆରେ ୫ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ମାନେ ଏହି ରେଡ଼ ଜାରି ରଖିଛନ୍ତି । ତେବେ ଏଯାବତ କେତେ ସମ୍ପତ୍ତି ଠୁଳ ହୋଇଛି ସୂଚନା ମିଳିନାହିଁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ ଓ ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Mar 30, 2022, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.