କଟକ: କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ରାଜ୍ୟରେ କମିଛି ନକ୍ସଲବାଦ । ଯେଉଁ ଅଞ୍ଚଳ ଦୀର୍ଘଦିନ ଧରି ନକ୍ସଲଙ୍କ କବଳରେ ନିଷ୍ପେସିତ ହେଉଥିଲା ବର୍ତ୍ତମାନ ସେଠାକାର ଲୋକେ ଏକ ଉନ୍ନତ ଧରଣର ଜୀବନ ଯାପନ କରୁଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଔଜଲମୟ ଭାଷଣ ନକ୍ସଲଙ୍କ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ କରିଛି ବୋଲି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ।
ଏହାଛଡା ନକ୍ସଲ ପ୍ରବଣ ଅଞ୍ଚଳରେ ଯବାନଙ୍କର ସକ୍ରିୟତା ହେତୁ ଆଉ ସେ ରକ୍ତପାତ ଦେଖିବାକୁ ମିଳିବନି ବୋଲି ସେ 42ମୌଜାରେ ଅନୁଷ୍ଠିତ ଯାଦବ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି ।
ଏହାସହିତ ମୋଦି ସରକାର ଆସିବା ପରେ ଦେଶରେ ଦୁଷ୍କର୍ମକୁ ନେଇ ଆଇନ ବେଶ କଡାକଡି କରାଯାଇଛି । ପୂର୍ବରୁ ଯଦି ଦେଖିବା ତେବେ ଏହି ଦିଗ ପ୍ରତି ବେଶ ଯତ୍ନବାନ ହେଉନଥିଲା ସମାଜ । କିନ୍ତୁ ଆଜି ସମାଜ ପରିବର୍ତ୍ତନ ହୋଇଛି । ଏହା ସହ ସେ କହିଛନ୍ତି, ଯଦି କେହିବି ନାବାଳିକା ସହ ଦୁଷ୍କର୍ମ କରେ ତେବେ ତାକୁ ଶୀଘ୍ର ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ଆଇନ ଆସିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ