କଟକ: ଶେଷ ହେଲା ୧୪ ବର୍ଷରୁ କମ୍ ସର୍ବଭାରତୀୟ ଟେନିସ ପ୍ରତିଯୋଗିତା । ସର୍ବଭାରତୟ ଟେନିସ ସଂଘ ଓ କଟକ ଟେନିସ ସଂଘର ମିଳିତ ଆନୁକୁଲ୍ୟରେ କଟକ ବାରବାଟୀ ଟେନିସ୍ କୋର୍ଟରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ରାଜ୍ୟର ମୋଟ ୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।
ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଚଳିତବର୍ଷ ଓଡ଼ିଶା ବେଶ ଭଲ ପ୍ରଦର୍ଶନ କରିଛି । କୋଭିଡ କାଳ ମଧ୍ୟରେ କୌଣସି ଇଭେଣ୍ଟ ଆୟୋଜନ ହୋଇ ନଥିଲେ ସୁଦ୍ଧା ଖେଳାଳି ମାନଙ୍କ ମଧ୍ୟରେ ସେହି ପୂରୁଣା ଜୋଶ୍ ଦେଖିବାକୁ ମିଳିଥିଲା । ତେବେ ରାଜ୍ୟ ଟେନିସ ସଙ୍ଘ ଆଗାମୀ ଦିନରେ ବାରବାଟୀ ଟେନିସ କୋର୍ଟରେ ଆହୁରି ମେଗା ଇଭେଣ୍ଟ ଆୟୋଜିତ କରିବ । ଅନେକ ନୂଆ ଚେହେରା ଆଗାମୀ ଦିନରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ ବୋଲି କହିଛନ୍ତି ରାଜ୍ୟ ଟେନିସ ସଂଘ ସମ୍ପାଦକ ସତ୍ୟଜିତ ମହାନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ