ETV Bharat / city

ମୁସଲିମ କାରିଗରଙ୍କ ସ୍ପର୍ଶରେ ଆବିର୍ଭାବ ହେବେ ମା’ - ଧର୍ମ, ବର୍ଣ୍ଣ, ନିର୍ବି ଶେଷରେ ସମସ୍ତେ ଏକ

ଭାଇଚାରା ସହରର ମୁସଲିମ କାରିଗର ପରିବାର । ଯେଉଁମାନେ ହିନ୍ଦୁଙ୍କ ଏହି ମହାପର୍ବରେ ଖୁବ ଖୁସିରେ ସାମିଲ ହୋଇଛନ୍ତି । ଇଶ୍ବର ସେବାରୁ ସେମାନଙ୍କୁ ମିଳୁଛି ମାନସିକ ଶାନ୍ତି ।

ଭାଇଚାରା ସହରର ମୁସଲିମ କାରିଗର ପରିବାର
author img

By

Published : Oct 1, 2019, 11:11 PM IST

କଟକ: ମାଆ ଦେଖନ୍ତିନି ଜାତିଭେଦ । ମାଆଙ୍କ ପାଖରେ ସମସ୍ତେ ସମାନ । ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଏକ । ଆଉ ପାର୍ବଣ ଋତୁରେ ମାଆଙ୍କ ଆଗମନକୁ ମଧ୍ୟ ସମସ୍ତଙ୍କ ଅପେକ୍ଷା । ସରିଛି ମୂର୍ତ୍ତି କାମ । କାରୁକାର୍ଯ୍ୟରେ ଶେଷ ସ୍ପର୍ଶ ଦେଇଛନ୍ତି କାରିଗର ।

ଭାଇଚାରା ସହରର ମୁସଲିମ କାରିଗର ପରିବାର

କାରିଗରୀ କଳାକୌଶଳର ଅପୂର୍ବ ନିଦର୍ଶନ ଜରିମେଢ । ବିଭିନ୍ନ ଆକର୍ଷଣୀୟ ରଙ୍ଗ ସାଙ୍ଗକୁ ବିଭିନ୍ନ ଆକାରର କଳାକୃତି । ନିଜ ହାତରେ ମାଆଙ୍କୁ ଖୁବ ସୁନ୍ଦର ଭାବେ ସଜାଇ ଦେଇଛନ୍ତି କାରିଗର । ମାଆଙ୍କ ସେବାରେ ସେମାନେ ନିଜକୁ ହଜାଇ ଦେଇଛନ୍ତି ।

ଏମାନେ ହେଉଛନ୍ତି ଭାଇଚାରା ସହରର ମୁସଲିମ କାରିଗର ପରିବାର । ଯେଉଁମାନେ ହିନ୍ଦୁଙ୍କ ଏହି ମହାପର୍ବରେ ଖୁବ ଖୁସିରେ ସାମିଲ ହୋଇଛନ୍ତି । ଇଶ୍ବର ସେବାରୁ ସେମାନଙ୍କୁ ମିଳୁଛି ମାନସିକ ଶାନ୍ତି । ସେମାନଙ୍କ ଶାନ୍ତି ଦେଖିବାକୁ ମିଳୁଛି ମାଆଙ୍କ ମୂର୍ତ୍ତିର ହସ ହସ ମୁହଁରେ ।

ଯେଉଁଠି ଦେଶସାରା ଅନେକ ସମୟରେ ସାମ୍ପ୍ରଦାୟିକ ଦଙ୍ଗା ଦେଖାଯାଏ, ସେଠାରେ ଏପରି ଦୃଶ୍ୟ ନିଶ୍ଚିତ ନିଆରା । କଟକ ସହରରେ ମୋଟ 167ଟି ମଣ୍ଡପରେ ପୂଜା ପାଉଛନ୍ତି ମା' । ଆଉ ଏହା ମଧ୍ୟରୁ 27ଟି ମଣ୍ଡପରେ ଚାନ୍ଦି ମେଢ କରାଯାଇଛି। ଆଉ ବାକି140ଟି ମଣ୍ଡପରେ ଜରି ମେଢରେ ଦର୍ଶନ ଦେବେ ମା' । ଆଉ ଏହାର ଅଧିକାଂଶ ଜରି ମେଢକୁ ମୁସଲିମ ପରିବାର ମାନେ ପ୍ରସ୍ତୁତ କରିଥାଆନ୍ତି। ପ୍ରତି ବର୍ଷ ନୂଆ ନୂଆ ରୂପରେ, ବେଶ ଆକର୍ଷଣୀୟ ଭାବରେ ମେଢ଼ ପ୍ରସ୍ତୁତ କରିଥାଆନ୍ତି ଏମାନେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଦିନ କେଇଟା ପରେ ଦଶହରା ।ମାଙ୍କ ପୂଜା ପାଇଁ ଜୋର ଶୋର ରେ ଚାଲିଛି ପ୍ରସ୍ତୁତି।ନିଜ ନିଜ ପୂଜା ମଣ୍ଡପ କୁ ଆକର୍ଷଣୀୟ କରିବା ପାଇଁ ଲାଗି ପଡିଛନ୍ତି ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତା।ପୂଜା ମଣ୍ଡପ ମାନଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ପ୍ରତି ଯୋଗିତା।ତେବେ ମାଙ୍କ ମେଢ଼ ବିଭିନ୍ନ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ କରୁଛନ୍ତି ମୁସଲିମ କାରିଗର।କହିବାକୁ ହିନ୍ଦୁ ମାନଙ୍କ ପର୍ବରେ ସାମିଲ ହୋଇଥାଆନ୍ତି ମୁସଲିମ ପରିବାର।ଭାଇଚାରା ସହରରେ ଭାଇଚାରା ର ସନ୍ଦେଶ।ଦେଖନ୍ତୁ ଇଟିଭି ଭାରତ ର ସ୍ୱତନ୍ତ୍ର ରିପୋର୍ଟ।

Body:(ଭିଓ - ୧) ପିଢ଼ି ପରେ ପିଢ଼ି ମୁସିଲିମ ପରିବାର ମା ଦୁର୍ଗାଙ୍କ ସେବାରେ।ବର୍ଷରେ ଥରେ ମାଙ୍କୁ ତାଙ୍କ କାରୀଗରୀର ସ୍ପର୍ଶ ଦେବା ପାଇଁ ସେମାନଙ୍କ ମଧ୍ୟରେ ବ୍ୟାକୁଳତା ଥାଏ।ଯଦିଓ ଏହାଦ୍ୱାରା ସେମାନେ ସେମାନଙ୍କ ପରିବାର ପୋଷି ଥାଆନ୍ତି,ତଥାପି ଇଶ୍ଵର ସେବା କରିବା ଦ୍ୱାରା ସେମାନଙ୍କୁ ମାନସିକ ଶାନ୍ତି ମିଳି ଥାଏ।ଆଶା ଥାଏ,ଆକାଂକ୍ଷା ମଧ୍ୟ ଥାଏ।ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଯାଆନ୍ତି ଜରି ମେଢ଼ ପ୍ରସ୍ତୁତିରେ।୩ /୪ ମାସ ପୂର୍ବରୁ ଅର୍ଥାତ ପ୍ରତିବର୍ଷ ରଜ ପାଖରୁ ଏହି ଜରିମେଢ଼ କାମ ଆରମ୍ଭ କରାଯାଇଥାଏ।ନୂଆ ନୂଆ ଡିଜାଇନ ରେ ପ୍ରସ୍ତୁତ କରିଥାନ୍ତି ଏହି ଜରି ମେଢ଼ ।ଦାମ ବି ମେଢ଼ର ଆକାର କୁ ନେଇ।
ତେବେ ଚଳିତ ବର୍ଷ ,ଲଗାଣ ବର୍ଷା ମେଢ଼ ପ୍ରସ୍ତୁତ ପାଇଁ ବାଧା ସୃଷ୍ଟି କରିଛି।ହାତରେ କମ ଦିନ ଥିବାରୁ ତର ନାହିଁ ସେମାନଙ୍କୁ।

(ବାଇଟ - ୧) ଜାହିର ଖାନ, ଜରିମେଢ଼ କାରିଗର (blue t shirt )

(ଭି ଓ -୨) ସାହିଦ ଖାନ, ଜରି ମେଢ଼ କାରିଗର(blue shirt jari medha .back side)

(ଭିଓ - ୨) କଟକ ସହରରେ ୧୬୭ ଟି ମଣ୍ଡପରେ ପୂଜା କରାଯାଉଥିବା ବେଳେ,୨୭ ଟି ମଣ୍ଡପ ରେ ଚାନ୍ଦି ମେଢ଼ କରାଯାଇଛି।୧୪୦ ଟି ମଣ୍ଡପରେ ଜରି ମେଢ଼ କରାଯାଉଛି।ଅଧିକାଂଶ ଜରି ମେଢ଼ କୁ ମୁସଲିମ ପରିବାର ମାନେ ପ୍ରସ୍ତୁତ କରିଥାଆନ୍ତି।ପ୍ରତି ବର୍ଷ ନୂଆ ନୂଆ ରୂପରେ, ବେଶ ଆକର୍ଷଣୀୟ ଭାବରେ ମେଢ଼ ପ୍ରସ୍ତୁତ କରିଥାଆନ୍ତି ସେମାନେ।।କେବଳ ଯେ ଦଶହରା ସମୟରେ ନୁହେଁ ବରଂ ପାର୍ବଣ ୠତୁର ସମସ୍ତ ପର୍ବପର୍ବାଣି ରେ ସେମାନଙ୍କ ହାତ କରିଗରୀର ସ୍ପର୍ଶ ଲାଗି ଥାଏ ବିଭିନ୍ନ ପୂଜା ମଣ୍ଡପରେ। ଏହିଭଳି ଭାଇଚାର ଭାବରେ ସହରରେ ପୂଜା କରାଯାଇଥାଏ।ଯାହାକି କେବଳ ରାଜ୍ୟ କି ଦେଶ ନୁହେଁ ବରଂ ସାରା ବିଶ୍ୱକୁ ଯୋଗାଇଥାଏ ଭାଇଚାରା ର ସନ୍ଦେଶ।

ବାଇଟ - ଦେବେନ୍ଦ୍ର ନାଥ ସାହୁ,ସଭାପତି କଟକ ମହାନଗର ଶାନ୍ତି କମିଟି।

Conclusion:p t c
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.