ETV Bharat / city

SRCଙ୍କୁ ଅନୁଭବଙ୍କ ଚିଠି, ପରମ୍ପରା ଅନୁସାରେ ହେଉ ମୂର୍ତ୍ତିର ଉଚ୍ଚତା - ସାଂସଦ ଅନୁଭବ ମହାନ୍ତି

ମୂର୍ତ୍ତି ଉଚ୍ଚ ପ୍ରସଙ୍ଗରେ SRCଙ୍କୁ ସାଂସଦ ଅନୁଭବଙ୍କ ଚିଠି । ପରମ୍ପରା ମୁତାବକ ଉଚ୍ଚ ମୂର୍ତ୍ତି ତିଆରି କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ସାଂସଦ ଅନୁଭବ । ଅଧିକ ପଢନ୍ତୁ...

MP Anubhav mohanty letter to SRC for height of durga idol
SRCଙ୍କୁ ଅନୁଭବଙ୍କ ଚିଠି, ପରମ୍ପରା ଅନୁସାରେ ହେଉ ମୂର୍ତ୍ତି ଉଚ୍ଚ
author img

By

Published : Sep 12, 2021, 10:05 PM IST

କଟକ: ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ । SRCଙ୍କୁ ସାଂସଦ ଅନୁଭବଙ୍କ ଚିଠି। ପରମ୍ପରା ମୁତାବକ ଉଚ୍ଚ ମୂର୍ତ୍ତି ତିଆରି କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

MP Anubhav mohanty letter to SRC for height of durga idol
SRCଙ୍କୁ ଅନୁଭବଙ୍କ ଚିଠି, ପରମ୍ପରା ଅନୁସାରେ ହେଉ ମୂର୍ତ୍ତି ଉଚ୍ଚ

ଆସିଛି ପାର୍ବଣ ଋତୁ । କୋରୋନା ମହାମାରୀ ମଧ୍ୟରେ ପାର୍ବଣ ଋତୁକୁ ପାଳନ କରିବା ପାଇଁ ଏସଆରସି ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ ଗତ କିଛି ଦିନ ହେଲା ଭାଇଚାରାର ସହର କଟକରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲଗିଛି । ଶାନ୍ତି କମିଟି ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରିନାହିଁ । ସେପଟେ ଶନିବାର କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କଟକରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଏସଆରସିଙ୍କୁ ଚିଠି ଲେଖିଛନ୍ତି। ଭାଇଚାରର ସହର କଟକରେ ପରମ୍ପରା ଅନୁଯାୟୀ ମୂର୍ତ୍ତି ପୂଜା କରାଯାଉ । କଟକରେ ପରମ୍ପରା ଅନୁସାରେ ମୂର୍ତ୍ତି ଉଚ୍ଚ ହେଉ ବୋଲି ଦାବି କରିଛନ୍ତି।

ସେପଟେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଶାନ୍ତି କମିଟି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ ମୂର୍ତ୍ତି ଉଚ୍ଚତାକୁ ସମର୍ଥନ କରିଥିବାବେଳେ ସେପଟେ କିନ୍ତୁ ସରକାର ମୂର୍ତ୍ତି ଉଚ୍ଚତାକୁ ନେଇ ମାନିବାକୁ ନାରାଜ । ଏହାକୁ ନେଇ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ସାଂସଦ ଭର୍ତ୍ତୁହରି ମହତାବଙ୍କୁ ଟାର୍ଗେଟ କରିଛନ୍ତି। ଶାସକ ଦଳର ସାଂସଦ ହୋଇ ମଧ୍ୟ ସରକାରଙ୍କ ନିୟମକୁ ବିରୋଧ କରୁଛନ୍ତି ବୋଲି କହିଥିଲେ। ଏହା ପରେ ମାଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଜୋରଦାର ରାଜନୀତି ତେଜିବାରେ ଲାଗିଛି।

କଟକରରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.