ETV Bharat / city

ପିସିସି ସଭାପତି ଦୌଡରେ ମୋକିମ ଆଗରେ, ଖୁବଶୀଘ୍ର ହୋଇପାରେ ଘୋଷଣା ! - ମହମ୍ମଦ ମୋକିମ ପିସିସି ସଭାପତି

କିଏ ହେବ ପିସିସି ସଭାପତି ! ସବୁଠି ଲାଗିରହିଛି ଆଲୋଚନା, ପର୍ଯ୍ୟାଲୋଚନା । ଦୌଡର ଆଗରେ ମହମ୍ମଦ ମୋକିମ ଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

ପିସିସି ସଭାପତି ଦୌଡରେ ମୋକିମ ଆଗରେ, ଖୁବଶୀଘ୍ର ହୋଇପାରେ ଘୋଷଣା !

author img

By

Published : Apr 16, 2022, 6:38 PM IST

କଟକ: କିଏ ହେବ ପିସିସି ସଭାପତି ! ଏନେଇ ଆଲୋଚନା, ପର୍ଯ୍ୟାଲୋଚନା ଜାରିରହିଛି । ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଖବର ଜଣାପଡିବା ପରେ ଏବେ ପିସିସି ସଭାପତିକୁ ନେଇ ସବୁଠି ଚର୍ଚ୍ଚା । ବିଶେଷକରି ଓଡିଶା ପ୍ରଭାରୀ ଚେଲା କୁମାରଙ୍କ ପ୍ରତିକ୍ରିୟା ପରେ ଏହି ପଦକୁ ନେଇ ଅନେକ କଳ୍ପନାଜଳ୍ପନା ।

ପିସିସି ସଭାପତି ଦୌଡରେ ମୋକିମ ଆଗରେ, ଖୁବଶୀଘ୍ର ହୋଇପାରେ ଘୋଷଣା !

ତେବେ ଏହାରି ଭିତରେ କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ନାମ ଦୌଡର ଆଗରେ ଥିବା କୁହାଯାଉଛି । ମୋକିମ ପିସିସି ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି । କୁହାଯାଉଛି ଯେ, 'ଏହା କେବଳ ଘୋଷଣାକୁ ବାକି ରହିଛି । ଏନେଇ ପ୍ରତିକ୍ରିୟା ରଖି ମୋକିମ କହିଛନ୍ତି, ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବ । ଏହି ପ୍ରକ୍ରିୟା ଜାରି ରହିଛି । ଓଡିଶା ପ୍ରଭାରୀ ଚେଲା କୁମାର ସମସ୍ତ ବିଧାୟକ, ନେତା, କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ରିପୋର୍ଟ ଖୁବଶୀଘ୍ର ଦିଲ୍ଲୀକୁ ଯିବ ।'

ଦଳର ଅଧ୍ଯକ୍ଷା ସୋନିଆ ଗାନ୍ଧୀ ଏନେଇ ଖୁବଶୀଘ୍ର ଘୋଷଣା କରିପାରନ୍ତି ବୋଲି ଆଶା ପ୍ରକଟ କରିଛନ୍ତି ମୋକିମ । ତେବେ ତାଙ୍କ ନାମ ଚର୍ଚ୍ଚା ହେବା ପ୍ରସଙ୍ଗରେ ସେ କହିଛନ୍ତି ଅନେକ ଲୋକ ଅନେକ ଚର୍ଚ୍ଚା କରିବେ । ମାତ୍ର କଂଗ୍ରେସ ସଠିକ ସମୟରେ ସଠିକ ନିଷ୍ପତ୍ତି ନେବ । ଯିଏ ଏହି ପଦରେ ରହିବେ ତାଙ୍କୁ ପୂର୍ଣ୍ଣ ସମର୍ଥନ ରହିବ ବୋଲି ମୋକିମ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.