ETV Bharat / city

କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲର ଉଦଘାଟନ କଲେ ମୋଦି - କଟକ

କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ...

କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲର ଉଦଘାଟନ କଲେ ମୋଦି

author img

By

Published : Nov 11, 2020, 5:11 PM IST

Updated : Nov 11, 2020, 8:23 PM IST

କଟକ: କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆୟକର ଆପିଲେଟ ଟ୍ରିବ୍ୟୁନାଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ଆୟକର ବିବାଦ ସଂପର୍କରେ ଓଡିଶାର ସର୍ବୋଚ୍ଚ ପ୍ରାଧୀକରଣ ଭାବେ କାମ କରିବ । ଏହାଦ୍ବାରା ସହଜରେ ଆୟକର ନେଇ ରାଜ୍ୟ ଭିତରେ ଉପୁଜୁଥିବା ବିବାଦର ଶୀଘ୍ର ସମାଧାନ ହୋଇପାରିବ ।

କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲର ଉଦଘାଟନ କଲେ ମୋଦି

କଟକ CDA ସେକ୍ଟର 6ରେ ଆୟକର ବିଭାଗର ଏହି ନବନିର୍ମିତ ଆପିଲେଟ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। କଟକର ଏହି ଟ୍ରିବ୍ୟୁନାଲ ବେଞ୍ଚ 1970 ମସିହାରୁ କାର୍ଯ୍ୟକ୍ଷମ ରହିଥିଲା। ତେବେ ଏହା ପୂର୍ବରୁ ଏକ ଭଡ଼ା ଘରେ ଏହି ଆପିଲେଟ ଟ୍ରିବ୍ୟୁନାଲ କାର୍ଯ୍ୟ କରୁଥିଲା। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଏହି ନୂଆ ଅଟ୍ଟାଳିକାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, "କଟକର ଏହି ବେଞ୍ଚରେ କେବଳ ଓଡ଼ିଶା ନୁହେଁ ବରଂ ପୂର୍ବ ଭାରତର ଅନେକ ରାଜ୍ୟର ଆୟକର ସମ୍ବନ୍ଧିତ ମାମଲାର ବିଚାର ହୋଇପାରିବ। ଏହାଛଡ଼ା ଏହି ଟ୍ରିବ୍ୟୁନାଲ ବେଞ୍ଚ ଯୋଗୁଁ ପୂର୍ବ ଭଳି ରିଫଣ୍ଡ ପାଇଁ କରଦାତାଙ୍କୁ ଅପେକ୍ଷା କରିବାକୁ ପଡ଼ୁନାହିଁ। ସ୍ବଳ୍ପ ଦିନ ମଧ୍ୟରେ କରଦାତା ନିଜର ରିଫଣ୍ଡ ପାଇ ପାରୁଛନ୍ତି। ଏହି ବ୍ୟବସ୍ଥା ଯୋଗୁଁ କର ସଂଗ୍ରହ କ୍ଷେତ୍ରରେ ଏବେ ଅନେକ ସୁଧାର ଆସିଛି।"

ଏହି ଉଦଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, "ଏହି ଟ୍ରିବ୍ୟୁନାଲ ବେଞ୍ଚ 50 ବର୍ଷ ଧରି ଆୟକର ସମ୍ପର୍କିତ ମାମଲା ଗୁଡିକର ସଫଳ ଭାବେ ପରିଚାଳନା କରିଛି। ନବନିର୍ମିତ ଆପିଲେଟ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ଉଦଘାଟିତ ହେବାପରେ ଆୟକର ଅଧିକାରୀ ଓ କରଦାତାଙ୍କୁ ନିଶ୍ଚିତ ଭାବରେ ଲାଭ ମିଳିପାରିବ।"

ଆୟକର ଆପିଲେଟ ଟ୍ରିବ୍ୟୁନାଲ ସହ ଏହି କାର୍ଯ୍ୟାଳୟରେ ଅଧିକାରୀମାନେ ବାସ ମଧ୍ୟ କରିପାରିବେ। ଏହି ଭିଡିଓ କନଫରେନ୍ସିଂ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ଓ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରମୁଖ ଯୋଗ ଦେଇ ଥିଲେ । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଏଭଳି ଏକ କାର୍ଯ୍ୟାଳୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 11, 2020, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.