ETV Bharat / city

ବାଲିପାଟଣାରେ ପୁଣି ଚୋରି, ମନ୍ଦିର ପରେ ଘରୁ ବୁଲାଇଲେ କଳାକନା - ନିଆଳିରେ ଲୁଟ

ବାଲିପାଟଣା ଥାନା ଅଞ୍ଚଳରେ ମାତିଛନ୍ତି ଚୋର । ମନ୍ଦିର ପରେ ଘରୁ କଳାକନା ବୁଲାଇଲେ ଦୁବୃର୍ତ୍ତ । ଅଧିକ ପଢନ୍ତୁ

ବାଲିପାଟଣାରେ ଲୁଟେରା ଆତଙ୍କ:ମନ୍ଦିର ପରେ ଘରୁ କଳାକନା ବୁଲାଇଲେ ଦୁବୃର୍ତ୍ତ

author img

By

Published : Aug 4, 2022, 3:46 PM IST

ନିଆଳି: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ଚୋରି । ଏବେ ଚୋରଙ୍କ ଟାର୍ଗେଟରେ ମନ୍ଦିର ଆଉ ଘର । ଦୁଇଦିନ ତଳେ ମନ୍ଦିରରୁ ଚୋରି ହୋଇଥିବାବେଳେ ଗତକାଲି ପୁଣି ଜଣଙ୍କ ଘରୁ ସୁନା, ଟଙ୍କା ଚୋରି ହୋଇଛି । ପିସିଆର ପେଟ୍ରୋଲିଂ କରୁଛି କିନ୍ତୁ ସେପଟେ ଚୋର ନିଜ କୌଶଳରେ କରୁଛନ୍ତି ଚୋରି । ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ରଏଡ଼ ଦେଉଳି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି ହୋଇଛି ।

ଆନନ୍ଦ ବିଶ୍ୱାଳଙ୍କ ଘର ଲୁହା ଆଲମିରା ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଆନନ୍ଦଙ୍କ ପରିବାର ଖାଇ ସାରି ଶୋଇ ପଡିଥିଲେ । ଲାଇନ କଟି ଯିବାରୁ ପରିବାର ଲୋକେ ଅନ୍ୟ ଏକ ଘରକୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ଚୋର ବାଡ଼ି କବାଟ ଭାଙ୍ଗି ଘରେ ପଶିଥିଲେ । ଘରେ ଥିବା ଲୁହା ଆଲମିରାକୁ ଭାଙ୍ଗି ସେଥିରେ ଥିବା ସୁନା ହାର , ୨ ହଳ ବାହୁଟି, ୬ ଟି ସୁନା ମୁଦି, ୨ ହଳ କାନ ପେଣ୍ଡି, ଫୁଲ ଓ କାନ ଫୁଲ ହଳେ, ୨ ହଳ ରୁପା ପାଉଁଜି, ନଗଦ ୩୦ ହଜାର ଟଙ୍କା ଏବଂ ବ୍ୟାଙ୍କ ପାସବୁକ ନେଇଯାଇଛନ୍ତି ।

ପରିବାର ଲୋକେ ଉଠି ଜାଣିବା ପରେ ଆଖ ପାଖରେ ଖୋଜିଥିଲେ । ତେବେ ଚୋରମାନେ ଅଳଙ୍କାର ନେଇ ଖୋଳ ଗୁଡିକ ବାଡ଼ି ପଟ ଲାଟିନ ପାଖରେ ପକାଇ ଚାଲି ଯାଇଛନ୍ତି । ଲୁଟ୍‌ ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଖରିଫ ଧାନ ଚାଷ ପାଇଁ ଟଙ୍କା ରଖିଥିଲେ ଆନନ୍ଦ । ମାତ୍ର ଏବେ ଚୋର ନେଇଯିବା ପରେ ସେ ଏବେ ଚିନ୍ତାରେ ପଡିଛନ୍ତି । ସେହିପରି କୁଳନ୍ତାରା ପଞ୍ଚାୟତ ଅଞ୍ଚଳରେ ଥିବା ମନ୍ଦିରରୁ ଦୁଇଦିନ ତଳେ ଚୋରି ହୋଇଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.