କଟକ: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଛନ୍ତି କଟକ ପୋକ୍ସୋ ଅଦାଲତ । ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ପକାଇଛନ୍ତି ଅଦାଲତ । ତେବେ ଜରିମାନା ବଦଳରେ ଦୋଷୀ ଆଉ ଏକ ବର୍ଷ ଜେଲରେ ରହିପାରିବେ ବୋଲି ପୋକ୍ସୋ କୋର୍ଟ କହିଛନ୍ତି । ଏଥିସହ ପୀଡିତାଙ୍କୁ ୨ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ୨୦୧୫ ମସିହା ମେ ୧୯ ତାରିଖରେ କଟକ ସିଡିଏ ଅଞ୍ଚଳର ଜଣେ ନାବାଳିକାଙ୍କୁ ରାମ ମୁଣ୍ଡା ଦୁଷ୍କର୍ମ କରିଥିଲେ । ଏନେଇ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ କରି ମହିଳା ଥାନା ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଜି(ଗୁରବାର) ପୋକ୍ସୋ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇ ଦୋଷୀଙ୍କୁ ଆଇପିସିର ଧାରା 376(2)(i) ଆଧାରରେ ଜେଲଦଣ୍ଡ ତଥା ଜରିମାନାରେ ଦଣ୍ଡିତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ