ETV Bharat / city

ମୟୂରଭଞ୍ଜ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ହାଜର କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଓଡିଶା ହାଇକୋର୍ଟ

ମୟୂରଭଞ୍ଜ ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ହାଜର କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଦୁଷ୍କର୍ମ ଓ ହତ୍ୟା ମାମଲା
ଦୁଷ୍କର୍ମ ଓ ହତ୍ୟା ମାମଲା
author img

By

Published : Dec 24, 2020, 7:39 AM IST

କଟକ: ମୟୂରଭଞ୍ଜ ବେତନଟୀ ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ କୋର୍ଟରେ ହାଜର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିମ୍ନ ଅଦାଲତରେ ଫାଶୀ ଦଣ୍ଡାଦେଶ ପାଇଥିବା ଯାମିନୀକାନ୍ତ ମହାନ୍ତକୁ ହାଇକୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ଜାନୁଆରୀ 11ରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ପରବର୍ତ୍ତୀ ଶୁଣାଣି ସମୟରେ ଯାମିନୀକାନ୍ତର ବୟାନ ସିଆରପିସିର ଧାରା 313ରେ ରେକର୍ଡ କରାଯିବ। ଡିଏନଏ ପ୍ରୋଫାଇଲିଂ ଓ କେମିକାଲ ଏକ୍‌ଜାମିନେସନ୍ ରିପୋର୍ଟ ପ୍ରସଙ୍ଗରେ କେତେକ ଅତିରିକ୍ତ ପ୍ରଶ୍ନ ତାକୁ ପଚାରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

2019 ମସିହା ଅଗଷ୍ଟ 28ରେ ବାରିପଦା ପୋକ୍ସୋ କୋର୍ଟ ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। 2018 ଜୁନ୍ 14ରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଯାମିନୀକାନ୍ତ ଜଣେ 8 ବର୍ଷର ନାବାଳିକାକୁ ସାଇକେଲ ଚଳାଇବା ଶିଖାଇବା ବାହାନାରେ ନିକଟସ୍ଥ ଜଙ୍ଗଲକୁ ଡାକି ଦୁଷ୍କର୍ମ କରିବା ସହିତ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.