କଟକ: ବହୁଚର୍ଚ୍ଚିତ ମୟୂରଭଞ୍ଜ ଫାଦର ଅରୁଲ ଦାସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଆବେଦନ ଖାରଜ । ଆବେଦନକୁ ଖାରଜ କଲେ ହାଇକୋର୍ଟ । ଜେଲରୁ ମୁକୁଳିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଦାରା । ଜାମିନରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଆସନ୍ତା 23 ତାରିଖ ସୁଦ୍ଧା ଆତ୍ମସମର୍ପଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: 18 ପରିବର୍ତ୍ତେ 25ରେ ହେବ ବୁଢା ଗଣେଶ ବିସର୍ଜନ
1999 ସେପ୍ଟେମ୍ବର ମାସରେ ଅରୁଲ ଦାସଙ୍କୁ ହତ୍ୟା କରାଯାଇଥିଲା । 2007 ମସିହାରେ ତଳକୋର୍ଟ ଦାରାକୁ ଆଜୀବନ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ । ଜାମିନରେ ଥିବା ଅନ୍ୟ ରାଜକିଶୋର ମହନ୍ତ, ଯଦୁନାଥ ମହନ୍ତ ଓ ଚେମା ହୋକୁ ଆସନ୍ତା ୨୩ ତାରିଖ ସୁଦ୍ଧା ତଳ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, କଟକ