ETV Bharat / city

ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ, ଦିନ 11ଟା ପରେ ଓ୍ବେବସାଇଟରେ ଉପଲବ୍ଧ

ଆସନ୍ତାକାଲି(ମଙ୍ଗଳବାର) ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ବାତ୍ୟା ଓ ନିର୍ବାଚନ ଫଳାଫଳକୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶକୁ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ତେବେ ସବୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଆସନ୍ତାକାଲି ଅର୍ଥାତ 21 ତାରିଖରେ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 20, 2019, 4:41 PM IST

କଟକ: ଆସନ୍ତା କାଲି(ମଙ୍ଗଳବାର) ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ 9ଟାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କ ଉପସ୍ଥିତିରେ ପ୍ରକାଶ ପାଇବ ଫଳ । www.bseodisha.ac.in ଓ www.bseodisha.nic.in ଏହି ଦୁଇଟି ଓ୍ବେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଅଧ୍ୟକ୍ଷ ଜାହାନ ଆରା ବେଗମ କହିଛନ୍ତି ଯେ ଆସନ୍ତାକାଲି(ମଙ୍ଗଳବାର) ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ସକାଳ 9ଟାରେ ପୁସ୍ତିକା ମାଧ୍ୟମରେ ଏହି ଫଳ ପ୍ରକାଶ ପାଇବ । ଦିନ 11ଟା ପରେ ଓ୍ବେବସାଇଟରେ ଫଳ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ଉପରୋକ୍ତ ଦୁଇଟି ଓ୍ବେବସାଇଟରେ ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଦେଖିପାରିବେ ।

ଆହୁରି ପଢନ୍ତୁ: ଯଦି ଏକଜିଟ ଏକଜ୍ୟାକ୍ଟ ହୁଏ...

ସେପଟେ ବାତ୍ୟା ଫନି ପାଇଁ ବିଭିନ୍ନ ସ୍ଥାନରେ ଯଦି ଇଣ୍ଟରନେଟ ଉପଲବ୍ଧ ନ ହୁଏ ତେବେ ସେମାନେ ମେସେଜ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ । ଛାତ୍ରଛାତ୍ରୀମାନେ OR10_ROLL NO ଲେଖି 5676750କୁ ମେସେଜ କରିବେ । ଏହା ପରେ ସେମାନଙ୍କ ମାଟ୍ରିକ ପରୀକ୍ଷା ଫଳ ପାଇପାରିବେ ବୋଲି ବୋର୍ଡ ଅଧ୍ଯକ୍ଷ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.