କଟକ: ରାତି ପାହିଲେ ରଙ୍ଗ ଓ ପ୍ରେମର ପର୍ବ ହୋଲି । ଚଳିତ ବର୍ଷ କୋରୋନା କଟକଣା କୋହଳ ହେବା ପରେ କଟକ ରଙ୍ଗ ବଜ଼ାର ରେ ଖୋଲିଛି ରଙ୍ଗର ପସରା । ହୋଲସେଲ ବଜ଼ାରରେ ଭଳିକି ଭଳି ପିଚକାରୀ, ବେଲୁନ, ହରବାଲ କଲର ଓ ମୁଖା କିଣିବା ପାଇଁ ଗ୍ରାହକଙ୍କ ଭିଡ ଜମିଛି ।
ତେବେ ଚଳିତ ଥର ମଧ୍ୟ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏଥି ସହ ହୋଲି ଖେଳିବା ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ତେଣୁ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ନିଜ ଘର ଭିତରେ ରଙ୍ଗ ର ପର୍ବ ପାଳିବେ ସହରବାସୀ । ଚଳିତ ଥର ହୋଲି ଦୋକାନ ଉପରେ କଟକଣା ଲାଗିନଥିବାରୁ ହୋଲି ବ୍ୟବସାୟୀ ବ୍ୟବସାୟ କରି ବେସ ଖୁସି ଥିବା ବେଳେ ଗ୍ରାହକ ମାନେ ମଧ୍ୟ ହୋଲି କିଣି ଖୁସି ବ୍ୟକ୍ତ କରିଛନ୍ତି ।
ଗତ ୨ ବର୍ଷ କୋରୋନା କରୋନା ସଂକ୍ରମଣ ଯୋଗୁଁ ହୋଲି ବଜ଼ାର ଉପରେ ପ୍ରଭାବ ପଡିଥିଲା । ଚଳିତ ବର୍ଷ କଟକଣା କୋହଳ ଯୋଗୁଁ ଭଳ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି ରଙ୍ଗ ବ୍ୟବସାୟୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ