ETV Bharat / city

CMC Election: ପଞ୍ଚମ ଦିନରେ ନାମାଙ୍କନ ଭରିଲେ ୧୧୪ ପ୍ରାର୍ଥୀ

author img

By

Published : Mar 6, 2022, 10:24 PM IST

CMC ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି(ରବିବାର) ଥିଲା ପଞ୍ଚମ ଦିନ । ପୂର୍ବରୁ ୪ ଦିନ ତୁଳନାରେ ଆଜି ବହୁ ସଂଖ୍ୟକ ପ୍ରାର୍ଥୀ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

CMC Election: ପଞ୍ଚମ ଦିନରେ ନାମାଙ୍କନ ଭରିଲେ ୧୧୪ ପ୍ରାର୍ଥୀ
CMC Election: ପଞ୍ଚମ ଦିନରେ ନାମାଙ୍କନ ଭରିଲେ ୧୧୪ ପ୍ରାର୍ଥୀ

କଟକ: CMC ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି(ରବିବାର) ଥିଲା ପଞ୍ଚମ ଦିନ । ପୂର୍ବରୁ ୪ ଦିନ ତୁଳନାରେ ଆଜି ବହୁ ସଂଖ୍ୟକ ପ୍ରାର୍ଥୀ ନିଜନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ୩ ପ୍ରମୁଖ ରାଜନୈତିକ ଦଳ ସମେତ ବହୁ ସଂଖ୍ୟକ ସ୍ୱାଧୀନ ପ୍ରାର୍ଥୀ କର୍ପୋରେଟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଏହାରି ଭିତରେ ଆଜି କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରା ପ୍ରାର୍ଥୀପତ୍ର ଦାଖଲ କରଛନ୍ତି।

ପୂର୍ବ ୪ଦିନ ଖାଁ ଖାଁ ରହୁଥିବା CMC କାର୍ଯ୍ୟାଳୟର ଆଖପାଖ ଅଞ୍ଚଳ ଆଜି ଲୋକାରଣ୍ୟ ହୋଇଉଠିଥିଲା । ପ୍ରାର୍ଥୀପତ୍ର ଦାଖଲ ସମୟରେ ଉଭୟ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀ ଶୋଭାଯାତ୍ରା ଏବଂ ବାଜା ରୋଷଣୀ ସହିତ ସେମାନଙ୍କ ନାରାବାଜି କରି ପୁରା ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ସକାଳ ୧୧ଟା ରୁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ବେଳେ CMC କାର୍ଯ୍ୟଳୟ ପରିସରରେ ସକାଳ ୧୦ଟାରୁ ପ୍ରାର୍ଥୀମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । CMC ନିର୍ବାଚନ ପାଇଁ ଆଜି ୧୧୪ ଜଣ କର୍ପୋରେଟର ପ୍ରାର୍ଥୀ ବିଭିନ୍ନ ୱାର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.