ETV Bharat / city

ମଞ୍ଜୁଳାଙ୍କ ପ୍ଲାଷ୍ଟିକ ସର୍ଜରୀ ଅସ୍ତ୍ରୋପଚାର ସଫଳ

author img

By

Published : Aug 6, 2021, 10:41 PM IST

କଟକ ଏସିବିରେ ମଞ୍ଜୁଳାଙ୍କ ପ୍ଲାଷ୍ଟିକ ସର୍ଜରୀ ଅସ୍ତ୍ରୋପଚାର ସଫଳ ହୋଇଛି । ନାଗସାପ କାମୁଡାରେ ମଞ୍ଜୁଳାର ଡାହାଣ ହାତ ପଚି ଯାଇଥିଲା । ଅଧିକ ପଢନ୍ତୁ....

ମଞ୍ଜୁଳାଙ୍କ ପ୍ଲାଷ୍ଟିକ ସର୍ଜରି ଅସ୍ତ୍ରୋପଚାର ସଫଳ

କଟକ: ମଞ୍ଜୁଳାର ସଫଳ ହେଲା ପ୍ଲାଷ୍ଟିକ ସର୍ଜରୀ ଅପରେସନ । ସାପ କାମୁଡ଼ାରେ ଗୁରୁତର ଅସୁସ୍ଥ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିଲା ନବରଙ୍ଗପୁରର କୁନି ଝିଅ ମଞ୍ଜୁଳା । ସରକାରଙ୍କ ସହାୟତାରେ ମଞ୍ଜୁଳାର ମାଗଣାରେ ଚିକିତ୍ସା କରାଯାଇଛି ।

ଅପରେସନ ପରେ ମଞ୍ଜୁଳାର ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି । ଆଉ କିଛି ଦିନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମଞ୍ଜୁଳା ଘରକୁ ଫେରିବ । ନାଗ ସାପ ଦଂଶନ ପରେ କୁନି ଝିଅ ମଞ୍ଜୁଳାର ଡାହାଣ ହାତ ପଚି ନଷ୍ଟ ହୋଇଯାଇଥିଲା । ହେଲେ ପରିବାରର ଆର୍ଥିକ ପରିସ୍ଥିତି ଝିଅର ଚିକିତ୍ସାରେ ବାଧକ ସାଜିଥିଲା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହଳଦୀ ପଞ୍ଚାୟତର ବାଲିଝର ଗାଁରେ କିଛି ଦିନ ତଳେ ଘଟିଥିଲା ଏହି ଘଟଣା । ଏ ସମ୍ପର୍କରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଖବର ପାଇ କଟକ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଥିଲେ ଏବଂ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ମଞ୍ଜୁଳାଙ୍କ ପ୍ଲାଷ୍ଟିକ ସର୍ଜରୀ ଅସ୍ତ୍ରୋପଚାର ସଫଳ

ତେବେ ସୂଚନା ଥାଉ କି ଦେଢ ମାସ ତଳେ ବାପା ସୁନାଧର ଚାଷ ପାଇଁ ଜମିକୁ ଯାଇଥିଲେ । ମାଆ ଘର କାମରେ ବ୍ୟସ୍ତ ଥିବାବେଳେ ୯ ବର୍ଷିୟ ଝିଅ ମଞ୍ଜୁଳା ଛୋଟ ଭାଇ ସହ ବାହାରେ ଖେଳୁଥିଲା । ଖେଳି ଖେଳି ବାରଣ୍ଡାରେ ଏକ ଗଛରେ ପକ୍ଷୀ ଧରିବାକୁ ଚଢି ଯାଇଥିଲେ । କିନ୍ତୁ ସେ ଜାଣି ନଥିଲା ଯେ ସେଠାରେ ପକ୍ଷୀ ଅଣ୍ଡା ଖାଇବାକୁ ଜଗିଥିଲା ଏକ ନାଗ ସାପ । ଝିଅଟି ପକ୍ଷୀକୁ ଧରିବା କ୍ଷଣି ବିଷଧର ନାଗ ସାପ ମଞ୍ଜୁଳାକୁ 3 ଥର ଚୋଟ ମାରିଥିଲା । ପରେ ଝିଅକୁ ବାପା ଓ ମାଆ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସ୍ଥାନାନ୍ତର କରିଥିଲେ ଏବଂ ନବରଙ୍ଗପୁରରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନେଇଥିଲେ । ଡାକ୍ତର 3 ଦିନ ଧରି ଚିକିତ୍ସା କରିବା ପରେ ଝିଅର ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତର ଝିଅକୁ ବ୍ରହ୍ମପୁର ନେବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.