ETV Bharat / city

ଶୁଣିଲେନି ଥାନା ଅଧିକାରୀ, ନିଜକୁ ନିଆଁ ଲଗାଇ ଦେଲେ ବ୍ୟକ୍ତି

author img

By

Published : Jun 23, 2022, 6:59 PM IST

କିଶନନଗର ଥାନା ପରିସରରେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ବେଳେ ପୋଲିସ ଓ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଛନ୍ତି । ଅଧିକ ପଢ଼ନ୍ତୁ

ଶୁଣିଲେନି ଥାନା ଅଧିକାରୀ : ହତାଶ ହୋଇ ଦେହରେ ନିଆଁ ଲଗାଇଦେଲେ ବୃଦ୍ଧ

କଟକ: ଦୀର୍ଘ ଦିନ ଧରି ଲାଗି ରହିଥିଲା ଜମିବାଡ଼ି ବିବାଦ । ଏନେଇ ପାରିବାରିକ କଳହ ମଧ୍ୟ ବଢ଼ି ଚାଲୁଥିଲା । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଥାନାକୁ ଦୌଡୁଥିଲେ ବ୍ୟକ୍ତି ଜଣକ । ହେଲେ ଥାନା ଅଧିକାରୀ କୌଣସି କର୍ଣ୍ଣପାତ କରୁନଥିଲେ କି ଅଭିଯୋଗପତ୍ର ମଧ୍ୟ ରଖୁନଥିଲେ । ଏପରିକି ଥାନା ଅଧିକାରୀମାନେ ବ୍ୟକ୍ତିଙ୍କୁ ଅଣଦେଖା ବି କରିଥିଲେ । ଏହାକୁ ସହିନପାରି ଶେଷରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ସେ । ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ ଥାନା ପରିସରରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ।

ସୂଚନାଯୋଗ୍ୟ ଯେ, ଇଷାଣି ବ୍ରହ୍ମପୁର ଅଞ୍ଚଳର ଗୁଣନିଧି ବିଷୋଇ ଜମିବାଡି ବିବାଦ ନେଇ ବାରମ୍ବାର ଥାନାର ଦ୍ବାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉଲଥିଲା । ଯାହାଫଳରେ ନିରାଶ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ବ୍ୟକ୍ତିଙ୍କ ଶରୀର ପ୍ରାୟ ୯୦ଭାଗ ଜଳିଯାଇଛି । ଏନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥିତି ସଂକଟାପନ୍ନ ଥିବାରୁ ଏସସିବିରେ ଆଶୁ ଚିକିତ୍ସା ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.