କଟକ: ନିର୍ମାଣ ଶ୍ରମିକଙ୍କୁ ନେଇ ଆଉ ଅଣଦେଖା କରନି ସରକାର । ଏଯାବତ 30 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ନ୍ୟାର୍ଯ୍ୟ ଦାବି ମିଳି ପାରିନାହିଁ । ସ୍ୱାର୍ଥ ପାଇଁ ସରକାର ଏଯାବତ ଶ୍ରମିକଙ୍କୁ ଦେଉ ନାହାଁନ୍ତି ନଜର । ଏହାଛଡା ଅନେକ ଶ୍ରମିକ ପଞ୍ଜିକୃତ ହୋଇ ପାରିନାହାଁନ୍ତି । ତେବେ ଏନେଇ ଆଜି କଟକ ଶ୍ରମ କାର୍ଯ୍ୟାଳୟ ଅଧକାରୀଙ୍କ ଜରିଆରେ 10 ଦଫା ଦାବି ଜଣାଇଛି ନିର୍ମାଣ ମଜଦୁର ସଂଘ ।
ନିର୍ମାଣ ଶ୍ରମିକଙ୍କୁ କେବେ ମିଳିବ ନ୍ୟାୟ ଅନେକ ବର୍ଷ ହେବ ଏହିଭଳି ଭାବରେ ନିର୍ମାଣ ଶ୍ରମିକ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦ୍ୱାରା ନିଷ୍ପେସିତ ହୋଇ ଆସୁଛନ୍ତି । ସେମାନେ ସେମାନଙ୍କର ହକ ପାଇ ପାରୁନାହାଁନ୍ତି । ତେବେ ଏମାନଙ୍କ ଭବିଷ୍ୟ କଥା ଭାବିଲେ ଚିନ୍ତା ଲାଗୁଛି ବୋଲି କହିଛି ସଂଘ । ଅନ୍ୟପଟେ ଅନେକ ଜିଲ୍ଲା ଶ୍ରମ ଅଫିସରେ ଅଧିକାରୀ ନାହାଁନ୍ତି । ତାହାକୁ ମଧ୍ୟ ପୂର୍ଣ୍ଣ କରାଯାଉ ବୋଲି ଦାବି କରିଛନ୍ତି ସଂଘ । ଯଦି ଦାବି ପୁରଣ ନହୁଏ ତେବେ ଆଗକୁ ଆହୁରି ବଡ଼ ଆନ୍ଦୋଳନ ହେବାର ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି ସଂଘ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ