କଟକ: ଜାରି ରହିଛି ମା'ଙ୍କ ପବିତ୍ର ଷୋଡ଼ଶ ଉପଚାର ପୂଜା । ଆଜି କଟକର ଶକ୍ତି ପୀଠ ଗଡ଼ଚଣ୍ଡୀ ପୀଠରେ ମାଆ ଚଣ୍ଡୀଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ହୋଇଛନ୍ତି ବ୍ୟାକୁଳ । ମା'ଙ୍କ ପୀଠରେ ଧୂପ, ଦୀପ, ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠୁଛି ମନ୍ଦିର ପରିସର ।
ସେପଟେ କୋଭିଡ ଗାଇଡ଼ ଲାଇନ ଆଧାରରେ ଭକ୍ତମାନଙ୍କୁ ମନ୍ଦିର ପରିସରକୁ ଦର୍ଶନ ପାଇଁ ଆନୁମତି ମିଳିଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ମାସ୍କ ଓ ସାନି ଟାଇଜ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ମା'ଙ୍କ ଏହି ବେଶକୁ ଦର୍ଶନ କରିବାକୁ କାହିଁ କେତେ ଦୂରରୁ ଭକ୍ତଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ