ETV Bharat / city

ଚଳିତ ବର୍ଷ ବାଲିଯାତ୍ରା ହେବ ସ୍ବଚ୍ଛ ଓ ସବୁଜ, ଆରମ୍ଭ ହେଲା ପ୍ରୟାସ

ଚଳିତ ବର୍ଷ ବାଲିଯାତ୍ରା ହେବ ସ୍ବଚ୍ଛ ଓ ସବୁଜ । କେଉଁ ଯେପରି ଅଳିଆ ଆବର୍ଜନା ପଡିନରୁହେ ତାହା ଉରେ ଦୃଷ୍ଟି ଦିଆଯିବ । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ । ଅଧିକ ପଢନ୍ତୁ

author img

By

Published : Oct 17, 2022, 10:00 AM IST

ଚଳିତ ବର୍ଷ ବାଲିଯାତ୍ରା ହେବ ସ୍ବଚ୍ଛ ଓ ସବୁଜ, ଆରମ୍ଭ ହେଲା ପ୍ରୟାସ
ଚଳିତ ବର୍ଷ ବାଲିଯାତ୍ରା ହେବ ସ୍ବଚ୍ଛ ଓ ସବୁଜ, ଆରମ୍ଭ ହେଲା ପ୍ରୟାସ

କଟକ: ଆରମ୍ଭ ହୋଇଯାଇଛି ପୂଣ୍ୟର ମାସ । କାର୍ତ୍ତିକ ମାସ ଶେଷ ହେବା ପରେ ପୂର୍ଣ୍ଣମୀ ଦିନରେ କଟକରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ତେବେ ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ବାଲିଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ କଟକଣା ମୁକ୍ତ ବାଲିଯାତ୍ରାର ଆୟୋଜନ କରାଯିବ । ଐତିହାସିକ ବାଲିଯାତ୍ରାକୁ ନେଇ ଏବେଠୁ ଚଳଚଞ୍ଚଳ ହୋଇଉଠିଲାଣି କଟକ ସହର । ଚଳିତ ବର୍ଷ ବାଲିଯାତ୍ରା ହେବ ସ୍ବଚ୍ଛ ଓ ସବୁଜ । କେଉଁ ଯେପରି ଅଳିଆ ଆବର୍ଜନା ପଡିନରୁହେ ତାହା ଉପରେ ଦୃଷ୍ଟି ଦିଆଯିବ । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ ।

ଗତକାଲି (ରବିବାର)ଠୁ 15 ଦିନ ପର୍ଯ୍ୟନ୍ତ ବାଲିଯାତ୍ରା ପଡିଆ ଓ ମହାନଦୀ ପଠାକୁ ସ୍ଵଚ୍ଛ ରଖିବା ପାଇଁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଅଭିଯାନ । ଏହାସହ ଓଡ଼ିଆ ସଂସ୍କୃତି ସହ ଜଡିତ ଥିବା ଲୋକ କଳାକୁ ଏହି ଅଭିଯାନରେ ସାମିଲ କରିଛି ପ୍ରଶାସନ । ଏହି ପ୍ରୟାସରେ ସାମିଲ ହୋଇଛନ୍ତି କଟକ ମେୟର କମିଶନର ଓ ବିଧାୟକ ମଧ୍ୟ । ମହାନଦୀକୁ ଆଳତି କରିବା ସହ ଏହି ଅଭିଯାନ ଆରମ୍ଭ ହୋଇଛି । ତେବେ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା 2 ବର୍ଷ ଧରି ବନ୍ଦ ରହିଥିଲା ବେଳେ ଚଳିତବର୍ଷ ସବୁ ଦିଗରେ ଏହି ପ୍ରସିଦ୍ଧ ଯାତ୍ରାକୁ ଲୋକାଭିମୁଖୀ କରାଯିବ । ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି ଯେ, ''ଆଜି ବାଲିଯାତ୍ରା ପାଇଁ ଯେଉଁ କାର୍ଯ୍ୟକ୍ରମଟି ଆରମ୍ଭ କରିଛୁ, ତାହା ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଚାଲିବ । ଯାହାର ନାମ ସ୍ବଚ୍ଛ ଓ ସବୁଜ ବାଲିଯାତ୍ରା । ଏହି ଅବସରରେ ଆଜି ମହାନଦୀକୁ ଆଳତୀ କରାଯାଇଥିଲା ।

ତେବେ କୋରୋନା କଟକଣା ଯୋଗୁଁ ଗତ ୨ବର୍ଷ କଟକରେ ବନ୍ଦ ରହିଥିଲା ଐତିହାସିକ ବାଲିଯାତ୍ରା । ଏହି ବାଲିଯାତ୍ରାରେ ବ୍ୟବସାୟ କରି ଅନେକ ଛୋଟ ବଡ଼ ଦୋକାନୀମାନେ ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ପ୍ରତିବର୍ଷ ବାଲିଯାତ୍ରାରେ ପାଖାପାଖି ୧୮୫୭ଟି ଷ୍ଟଲ ପଡିଥାଏ । ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତର ଅନେକ ବ୍ୟବସାୟ କରି ନିଜର ବର୍ଷକର ଚଳିବା ପାଇଁ ପାଣ୍ଠି ସଞ୍ଚି ଥାଆନ୍ତି । ଯେଉଁ ବାଲିଯାତ୍ରାରେ ଦୈନିକ ୫ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ ହୋଇଯାଏ ସେଠି ସମ୍ପୂର୍ଣ୍ଣ ଖାଁ ଖାଁ ହୋଇପଡିଥିଲା । ଏଥିସହ ୨ ବର୍ଷ ହେବ ବାଲିଯାତ୍ରା ବନ୍ଦ ପଡିଥିବାରୁ ପାଖାପାଖି ୬୦ରୁ ୭୦ କୋଟି କ୍ଷତି ହୋଇଥିବା ବାଲିଯାତ୍ରା ବ୍ୟବସାୟୀ ସଙ୍ଘର ସଭାପତି କହିଥିଲେ । ଚଳିତବର୍ଷ କିନ୍ତୁ ବାଲି ଯାତ୍ରାର ଆୟୋଜନ କରାଯିବ । ଯାହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.