କଟକ: ଜେଲ ଭିତରେ ଥାଇ ଅପରାଧିକ ଷଡଯନ୍ତ୍ର ରଚୁଛି ଦୁର୍ଦ୍ଦାନ୍ତ ଅପରାଧୀ ସକିଲ । ସହଯୋଗୀଙ୍କ ସାହାଯ୍ୟରେ ସହରରେ ଘଟଣାଇ ଚାଲିଛି ଗୋଟିଏ ପରେ ଗୋଟିଏ ଅପରାଧ । ସକିଲର ଜଣେ ପୁରୁଣା ସହଯୋଗୀ ଗ୍ୟାଙ୍ଗ ଛାଡି ଚା’ ଦୋକାନ କରିବାରୁ ତାକୁ ହତ୍ୟା କରିବାକୁ ଧମକ ଦେଇଥିଲା ସକିଲ । ଚା’ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀକୁ ସକିଲ ଗ୍ୟାଙ୍ଗର ସଦସ୍ୟ ଅପହରଣ କରି ମାରିଦେବେ ବୋଲି ଧମକ ଦେଇଥିଲେ । ଏନେଇ କଟକ ମଧୁପାଟଣା ଥାନାରେ ଅଭିଯୋଗ ହୋଇଛି ।
ସେପଟେ ଅଭିଯୋଗ ପରେ ପୋଲିସ ସକିଲ ଗ୍ୟାଙ୍ଗର ପୁରୁଣା ସଦସ୍ୟ 2 ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ବଣ୍ଟି ଓରଫ ଶିବ ପ୍ରସାଦ ଖଟୁଆ ଓ ମଧୂପାଟଣା ଅଞ୍ଚଳର ମୁନା । ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଓ ଗୋଟିଏ ବାଇକ ଜବତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ