ETV Bharat / city

ଆଦିଶକ୍ତିଙ୍କ ଭକ୍ତିରେ ନିମଗ୍ନ ଶିବତ୍ସର, 45 ବର୍ଷ ଧରି କରୁଛନ୍ତି ସେବା

କଟକର ଦୁର୍ଗାପୂଜା ଯେତିକି ତାରକସି କାମ ପାଇଁ ପ୍ରସିଦ୍ଧ। ସେତିକି ମା' ଦୁର୍ଗାଙ୍କ ମୂର୍ତ୍ତି, ମୁଖ ସୌନ୍ଦର୍ଯ୍ୟ ଓ ଶାଢୀ ପିନ୍ଧା ପାଇଁ ମଧ୍ୟ ଆକର୍ଷଣୀୟ ଅଟେ । ତେବେ ବିଜୟାଦଶମୀ ଅବସରରେ ଜାଣନ୍ତୁ ମା'ଙ୍କ ଶାଢୀ ପିନ୍ଧାକୁ ନେଇ ସ୍ବତନ୍ତ୍ର ରିପୋର୍ଟ। ଅଧିକ ପଢନ୍ତୁ...

ଆଦିଶକ୍ତିଙ୍କ ଭକ୍ତିରେ ନିମଗ୍ନ ଶିବତ୍ସର, 45 ବର୍ଷ ଧରି କରୁଛନ୍ତି ସେବା
ଆଦିଶକ୍ତିଙ୍କ ଭକ୍ତିରେ ନିମଗ୍ନ ଶିବତ୍ସର, 45 ବର୍ଷ ଧରି କରୁଛନ୍ତି ସେବା
author img

By

Published : Oct 25, 2020, 5:47 PM IST

କଟକ: ଦୁର୍ଗା ପୂଜା ପାଇଁ ବେଶ ପ୍ରସିଦ୍ଧ ଲାଭ କରିଛି ସିଲଭର ସିଟି। ପୂଜା ଆସିଲେ ଅନେକ ଭକ୍ତଙ୍କ ମନ ଥାଏ, କଟକ ବୁଲିବା ଆଉ ତାରକସି କାମ ସାଙ୍ଗକୁ ଦୁର୍ଗତିନାଶିନୀଙ୍କ ର ଟିକେ ଝଲକ ପାଇବା । ତେବେ ସେହି ଦଶଭୂଜା ମା' ଦୁର୍ଗାଙ୍କର ଦିବ୍ୟ ସୌନ୍ଦର୍ଯ୍ୟକୁ ଆହୁରୀ ଆକର୍ଷଣ କରିଥାଏ କଟକ ଶିବତ୍ସର ମଉସାଙ୍କ ଶାଢୀ ପିନ୍ଧା। ଏଠାକାର ତାରକସି କାମ ପ୍ରସିଦ୍ଧ ଥିବାବେଳେ, ମା'ଙ୍କ ମନୋଲୋଭା ବସ୍ତ୍ର ଧାରଣ ଭକ୍ତଙ୍କୁ ଟାଣିଆଣେ ପୂଜା ମଣ୍ଡପକୁ। ତେବେ ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ 45 ବର୍ଷରୁ ଉର୍ଦ୍ଧ୍ବ ହେବ ସହରର 15ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ସମେତ ପାର୍ଶ୍ବ ଦେବାଦେବୀଙ୍କୁ ପିନ୍ଧାଇ ଆସୁଛନ୍ତି ବସ୍ତ୍ର। ଆଉ ଏଥିପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନିଅନ୍ତି ନାହିଁ। ନିଃସ୍ବାର୍ଥପର ଓ ନିଖୁଣତାର ସହ ମା'ଙ୍କ ପାଖରେ ନିଜକୁ ସମର୍ପଣ କରି କରିଚାଲନ୍ତି ନିଜ କାମ। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମା'ଙ୍କ ଟିକିଏ ପ୍ରସାଦ ପାଇବାକୁ ଏପରି ସେବା କରିଆସୁଛନ୍ତି ଆଉ ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସେ ଏହି କାମ କରିବେ ବୋଲି କହିଛନ୍ତି ଶିବତ୍ସର।

ଆଦିଶକ୍ତିଙ୍କ ଭକ୍ତିରେ ନିମଗ୍ନ ଶିବତ୍ସର, 45 ବର୍ଷ ଧରି କରୁଛନ୍ତି ସେବା

ମା' ସିଂହବାହିନୀଙ୍କୁ ଶାଢୀ ପିନ୍ଧାଇବାରେ ଶିବତ୍ସର ମଉସାଙ୍କ ସ୍ବତନ୍ତ୍ର ପରିଚୟ ରହିଛି। ଦୁର୍ଗା ପୂଜା ଆସିଲେ ପୂଜା କମିଟି ମାନେ ତାଙ୍କୁ ନିମନ୍ତ୍ରଣ କରିଥାଆନ୍ତି। ତାଙ୍କର ଶାଢୀ ପିନ୍ଧାଇବା ଶୈଳୀ ସମ୍ପୂର୍ଣ୍ଣ ରୂପେ ନିଆରା ଓ ଚିତାକର୍ଶକ ଅଟେ। ତାଙ୍କ ଶାଢୀ ପିନ୍ଧାଇବା ଶୈଳୀରେ ମା' ବେଶ ଆକର୍ଷଣୀୟ ହୋଇଥାଆନ୍ତି। ତାଙ୍କ ପରି ଆଉ କେହି ଆଜି ପର୍ଯ୍ୟନ୍ତ ମା'ଙ୍କୁ ଶାଢୀ ପିନ୍ଧାଇ ପାରିନାହାନ୍ତି । ଆଉ ଚେଷ୍ଟା କରି ଅସଫଳ ମଧ୍ୟ ହୋଇଥିବା କହିଛନ୍ତି ଚୌଧୁରୀ ବଜାର ପୂଜା କମିଟି ଉପସଭାପତି।

ତେବେ କେବଳ କଟକରେ ନୁହେଁ ବରଂ ଭୁବନେଶ୍ବରରେ ମଧ୍ୟ ମା'ଙ୍କୁ ଶାଢୀ ପିନ୍ଧାଇବା ପାଇଁ ଖୋଜା ପଡନ୍ତି ଶିବତ୍ସର ମଉସା।

କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.