ETV Bharat / city

IIFLରୁ 12 କୋଟି ଲୁଟ ଘଟଣା: ସମସ୍ତ 6 ଅଭିଯୁକ୍ତ ଗିରଫ - 6 accused arrested

ରାଜ୍ୟର 2ୟ ସର୍ବବୃହତ୍ ଲୁଟ କୁହାଯାଉଥିବା କଟକ ଆଇଆଇଏଫଏଲର ସୁନା ଓ ଟଙ୍କା ଲୁଟର ପର୍ଦ୍ଦାଫାଶ ମାତ୍ର 5 ଦିନରେ ପୋଲିସ ସଫଳ କରିଛି ।ଏଥିରେ ଅଟକ ଥିବା 6 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

IIFL ସଂସ୍ଥାରୁ ଲୁଟ ଘଟଣା
IIFL ସଂସ୍ଥାରୁ ଲୁଟ ଘଟଣା
author img

By

Published : Nov 25, 2020, 11:26 AM IST

Updated : Nov 25, 2020, 1:11 PM IST

କଟକ: ରାଜ୍ୟର 2ୟ ସର୍ବବୃହତ୍ ଲୁଟ କୁହାଯାଉଥିବା କଟକ ଆଇଆଇଏଫଏଲର ସୁନା ଓ ଟଙ୍କା ଲୁଟର ପର୍ଦ୍ଦାଫାଶ ମାତ୍ର 5 ଦିନରେ ପୋଲିସ ସଫଳ କରିଛି । ପୋଲିସ ଏଥିରେ ଜଣେ ଆଇଆଇଏଫଏଲ କର୍ମଚାରୀ, ତାଙ୍କ ଭାଇ ଓ ଅନ୍ୟ 4 ଅଭିଯୁକ୍ତକୁ ଧରିଥିଲା । ଅଟକ ଥିବା 6 ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଲାଲା ଅମୃତ ପାଖରୁ ସୌଖୁନୀ କାର, ଦାମୀ ବୁଲେଟ ଜବତ କରିଛି ପୋଲିସ । ଅନ୍ୟପକ୍ଷେ କଟକର ବଜ୍ରକବାଟି ରୋଡ ସ୍ଥିତ ମନପୁରମ୍ ଗୋଲ୍ଡ ଲୋନ୍ ଅଫିସରେ ମଧ୍ୟ ଚଢାଉ କରାଯାଇଛି । ଚୋରି ହୋଇଥିବା ସୁନାକୁ ସେମାନେ ସେଠାରେ ଲୁଚାଇ ରଖିଥିବା ସନ୍ଦେହ କରି ଚଢାଉ ଜାରି ରହିଛି ।

ସେହିପରି ଏହି ଘଟଣାରେ ଜଣେ ମହିଳା କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ । ସମୃକ୍ତ ମହିଳା କର୍ମଚାରୀ ଜଣକ ଲୁଟର ମାଷ୍ଟର ବୋଲି ସୂଚନା ମିଳିଛି । ତେବେ ଏନେଇ ଆଜି(ବୁଧବାର) ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବ ବୋଲି ଜଣାପଡିଛି । ଏମାନେ ସମସ୍ତେ କଟକ ସଦର କିଶନନଗର ଓ ବିଭିନ୍ନ ଅଞ୍ଚଳର ବୋଲି ଜଣାପଡିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ଆଇଆଇଏଫଏଲ 5 ବର୍ଷ ହେବ ଚାକିରୀ କରୁଥିଲା ଓ ନିଜ ଚାକିରୀ କାଳରେ ବିଭିନ୍ନ ଅନିୟମିତତା କାର୍ଯ୍ୟରେ ଲିପ୍ତ ରହିଥିଲା ।

ପୋଲିସ କମିଶନର ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟାଙ୍କର ସବୁ ସୁରକ୍ଷା ବ୍ୟବସ୍ଥା ଅକାମି ହେବା ପଛରେ କେବଳ ଲାଲାର ହାତ ଥିଲା ନା ଅନ୍ୟ କାହାର ସଂପୃକ୍ତି ଅଛି ସେ ନେଇ ତଦନ୍ତ ଚାଲିଛି । ଏଥି ସହିତ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବନ୍ଧୁକ ଖେଳଣା ବନ୍ଧୁକ ବୋଲି ଜଣା ପଡିବା ସହିତ ସେମାନେ ବ୍ୟବହାର କରିଥିବା ମୋଟର ସାଇକେଲକୁ ପୋଲିସ ଜବତ କରିଛି । ଏସବୁ ଭିତରେ ସମ୍ପୂର୍ଣ୍ଣ ବ୍ୟାଙ୍କର କାର୍ଯ୍ୟକଳାପ ନେଇ ପୋଲିସର ସନ୍ଦେହ ଉପୁଜିଥିବାରୁ ପୋଲିସ ଏହି ଦିଗରେ ଅଧିକ ତଦନ୍ତ ଜାରି ରଖିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 25, 2020, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.