କଟକ: ଡକାୟତଙ୍କ ଲୁଟ୍ କାରନାମା । କଟକ ଜଗତପୁର ନୂଆସାହି ଅଞ୍ଚଳରେ ଜଣେ ମହିଳାଙ୍କ ଘରେ 4 ଡକାୟତ ପଶି ତାଙ୍କଠାରୁ ଗୋଟିଏ ସୁନା ଚେନ୍ ଓ ଗୋଟିଏ ସ୍କୁଟି ଲୁଟି ନେଇଛନ୍ତି ।
ସୂଚନା ଅନୁଯାୟୀ, ଗତ ରବିବାର ରାତି ପ୍ରାୟ 10.30 ସମୟରେ ମହିଳା ଓ ତାଙ୍କ ପରିବାର ଲୋକେ ଘରୁ ବାହାରକୁ ଆସିଥିଲେ । ସେହି ସମୟରେ ପୂର୍ବରୁ ଲୁଚିକି ରହିଥିବା 4 ଜଣ ଡକାୟତ ସେମାନଙ୍କୁ ମାଡ ମାରିବା ସହ ବନ୍ଧୁକ ଦେଖାଇ ସେମାନଙ୍କୁ ଘର ଭିତରକୁ ଠେଲି ଦେଇଥିଲେ ।
ଏହାପରେ ଡକାୟତମାନେ ମହିଳାଙ୍କ ଠାରୁ ସୁନା ଚେନ୍, ଗୋଟିଏ ସ୍କୁଟି ଏବଂ 2ଟି ମୋବାଇଲ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ