ETV Bharat / city

ଶଙ୍କରପୁର ରାସ୍ତାରେ ଲୁଟ୍‌ ଘଟଣା, 4 ଅଭିଯୁକ୍ତ ଗିରଫ

author img

By

Published : Sep 26, 2020, 10:26 AM IST

ଚୌଦ୍ବାର ଥାନା ଅନ୍ତର୍ଗତ ଶଙ୍କରପୁର ରାସ୍ତାରେ ଲୁଟ୍‌ ଉଦ୍ୟମ ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ଚୌଦ୍ବାର ଥାନା ପୋଲିସ । ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ମୋବାଇଲ ଓ 2ଟି ବାଇକ ଜବତ କରାଯାଇଛି ।

cuttack latest news, chowdwar station police, loot at shankarpur road, loot at chowdwar, କଟକ ଲାଟେଷ୍ଟ ନ୍ୟୁଜ୍‌, ଚୌଦ୍ବାର ଥାନା ପୋଲିସ, ଶଙ୍କରପୁର ରାସ୍ତାରେ ଲୁଟ ଘଟଣା, ଚୌଦ୍ବାରରେ ଲୁଟ ଘଟଣା
ଶଙ୍କରପୁର ରାସ୍ତାରେ ଲୁଟ ଘଟଣା, 4 ଅଭିଯୁକ୍ତ ଗିରଫ

କଟକ: ଚୌଦ୍ବାର ଥାନା ଅନ୍ତର୍ଗତ ଶଙ୍କରପୁର ରାସ୍ତାରେ ଲୁଟ ଉଦ୍ୟମ ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ଚୌଦ୍ବାର ଥାନା ପୋଲିସ । ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ମୋବାଇଲ ଓ 2ଟି ବାଇକ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଯାଜପୁର ଧର୍ମଶାଳା ଥାନା ପାଟପୁର ଗ୍ରାମର ମକରା ଓରଫ ପ୍ରକାଶ ମଲ୍ଲିକ, ମିଲୁ ଓରଫ ପ୍ରକାଶ ସେଠୀ, ମହଙ୍ଗା ଅଞ୍ଚଳର ସନ୍ତୋଷ ସେଠୀ ଓ ବଳିଆ ଓରଫ ସଞ୍ଜୟ ବେହେରା ।

ସୂଚନାନୁଯାୟୀ ଗତ 19 ତାରିଖ ରାତିରେ ଶଙ୍କରପୁର ଗ୍ରାମର ଘନଶ୍ୟାମ ରାଉତ ଚାରବାଟିଆ ବଜାରରୁ କାମ ସାରି ଶଙ୍କରପୁରକୁ ଯାଉଥିବା ବେଳେ 6 ଜଣ ଦୁର୍ବୃତ୍ତ 2ଟି ବାଇକରେ ଆସି ଶଙ୍କରପୁର ରେଲୱେ କ୍ରସିଂଠାରେ ମେଡ଼ିକାଲ ଯିବାକୁ ରାସ୍ତା ପଚାରିବା ବାହାନା କରି ତାଙ୍କୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ହଠାତ୍‌ ବନ୍ଧୁକ ଦେଖାଇ ଘନଶ୍ୟାମଙ୍କୁ ଲୁଟ ଉଦ୍ୟମ କରିଥିଲେ । ଠିକ୍ ଏହି ସମୟରେ ସେହି ରାସ୍ତାରେ ଘରକୁ ଫେରୁଥିବା 2 ସ୍ଥାନୀୟ ବାସିନ୍ଦା ଅଟକି ଯିବାରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ।

ତେବେ ଲୁଟେରାମାନେ ଘନଶ୍ୟାମଙ୍କର ଗାଡି ଚାବି ଓ ମୋବାଇଲ ନେଇ ପଳାଇ ଯାଇଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଏହି ଡକାୟତଙ୍କୁ ଗିରଫ କରିଥିବା କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.