କଟକ: ରାଜ୍ୟରେ କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ରାଜ୍ୟ ସରକାର ହାତକୁ ନେଉଛନ୍ତି ବିଭିନ୍ନ ପଦକ୍ଷେପ । କେବଳ ସେତିକି ନୁହେଁ ପଦକ୍ଷେପ ସବୁ ସଠିକ୍ ଢଙ୍ଗରେ ପରିଚାଳିତ ହେଉଛି କି ନାହିଁ ତାହାର ତଦାରଖ ମଧ୍ୟ ଦୈନନ୍ଦିନ ଆଧାରରେ ଚାଲିଛି । ଏମିତିରେ ରାଜ୍ୟରେ ତାଲାବନ୍ଦ ନିୟମ ଲାଗୁ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ କିଛି ନା କିଛି ନିୟମ ଭାଙ୍ଗୁଥିବା ଦେଖାଯାଉଛି । ଏନେଇ ରାଜ୍ୟର ବିଭିନ୍ନ ଥାନାରେ ଏଯାବତ୍ 7175ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି ।
କେବଳ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ 22ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏସମସ୍ତ ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ରୁଜୁ ହୋଇଥିବା ଜଣାପଡିଛି । ସେପଟେ ଗତ ମାର୍ଚ୍ଚ 24 ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ମୋଟ 7175ଟି ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ପୋଲିସ ମୁଖ୍ୟାଳୟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ