ETV Bharat / city

କୋରୋନା କାଳକୁ ଛଟେଇ ଭୟ, ନର୍ସିଂକୁ ନା କରୁଛନ୍ତି ଛାତ୍ରଛାତ୍ରୀ

କୋରୋନା ମୁକାବିଲାରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ । ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ନର୍ସମାନଙ୍କ ଭୂମିକା ଗୁରୁତ୍ତ୍ବପୂର୍ଣ୍ଣ । ଏହି ଘଡିସନ୍ଧି ମୂହୂର୍ତ୍ତରେ ନର୍ସମାନଙ୍କର ଅଧିକ ଆବଶ୍ୟକତା ଥିବା ବେଳେ ଏବେ ଏହି ନର୍ସିଂ ପ୍ରଫେସନରୁ ମୁହଁ ଫେରାଉଛନ୍ତି ନର୍ସିଂ ଛାତ୍ରଛାତ୍ରୀ । ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

author img

By

Published : Jul 17, 2020, 3:26 PM IST

କୋରୋନା ବିଗାଡି ଦେଲା ନର୍ସିଂ ବ୍ୟବସ୍ଥା
କୋରୋନା ବିଗାଡି ଦେଲା ନର୍ସିଂ ବ୍ୟବସ୍ଥା

କଟକ: କୋରୋନା ମୁକାବିଲାରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ । ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ନର୍ସମାନଙ୍କ ଭୂମିକା ଗୁରୁତ୍ତ୍ବପୂର୍ଣ୍ଣ । ଏହି ଘଡିସନ୍ଧି ମୂହୂର୍ତ୍ତରେ ନର୍ସମାନଙ୍କର ଅଧିକ ଆବଶ୍ୟକତା ଥିବା ବେଳେ ଏବେ ଏହି ନର୍ସିଂ ପ୍ରଫେସନରୁ ମୁହଁ ଫେରାଉଛନ୍ତି ନର୍ସିଂ ଛାତ୍ରଛାତ୍ରୀ ।

କୋରୋନା ବିଗାଡି ଦେଲା ନର୍ସିଂ ବ୍ୟବସ୍ଥା

ଲକଡାଉନ ଯୋଗୁଁ ପ୍ରାଇଭେଟ ହସ୍ପିଟାଲରେ ରୋଗୀ ସଂଖ୍ୟା କମିବାରୁ ହସପିଟାଲ କର୍ତ୍ତୃପକ୍ଷ ଅନେକ ଷ୍ଟାଫ ନର୍ସଙ୍କୁ ଛଟେଇ କରିଥିଲେ। ଫଳରେ ହଜାର ହଜାର କାର୍ଯ୍ୟରତ ନର୍ସମାନେ ଚାକିରି ହରାଇ ନିଜ ନିଜ ଗାଁ କୁ ପଳାଇଥିଲେ । ପରେ ଲକଡାଉନ ନିୟମରେ କୋହଳ କରାଯିବା ପରେ ହସପିଟାଲରେ ରୋଗୀଙ୍କ ଭିଡକୁ ଦେଖି ଅଧିକ ନର୍ସ ର ଆବଶ୍ୟକତା ପଡିବାରୁ କିଛି ନର୍ସ ଚାକିରିରେ ଯୋଗ ଦେଇଥିଲେ । ହେଲେ କୋରୋନା କାଳରେ କୌଣସି ଘର ମାଲିକ ନର୍ସଙ୍କୁ ରଖିବାକୁ ବିରକ୍ତି ପ୍ରକାଶ କରିଥିଲେ । ଯାହା ସେମାନଙ୍କ ପାଇଁ ଆଉ ଗୋଟେ ସମସ୍ୟା ହୋଇ ଉପୁଜିଥିଲା ।

ଖାଲି ପ୍ରାଇଭେଟ ହସପିଟାଲ ନୁହେଁ, ସରକାରୀ ହସ୍ପିଟାଲର ନର୍ସ ମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟର ବଡ ମେଡିକାଲ SCB ରେ ୮ ରୁ ୧୦ ହଜାର ଷ୍ଟାଫ ନର୍ସ ର ଆବଶ୍ୟକ ଥିଲାବେଳେ ଅଛନ୍ତି ମାତ୍ର ହଜାର ରୁ ୨ ହଜାର ଷ୍ଟାଫ ନର୍ସ। ଆଉ ଚାପର ବଶ ବର୍ତ୍ତୀ ହୋଇ କାମ କରୁଛନ୍ତି ଏମାନେ । ସେପଟେ ଦରମା କଥା ନକହିବା ଭଲ । କୋରୋନା ସମୟରେ ଅଧିକ ମିଳିବା ତ ଦୂରର କଥା ଇନକ୍ରିମେଣ୍ଟ ବି ହେଉ ନଥିବା ଏସସିବି ଷ୍ଟାଫ ନର୍ସ କହିଛନ୍ତି।

ସେପଟେ ରାଜ୍ୟର ଅନେକ ସରକାରୀ ଚିକିତ୍ସାଳୟରେ ଷ୍ଟାଫ ନର୍ସ ପଦବୀ ଖାଲି ପଡ଼ିଛି । ଦୀର୍ଘଦିନ ଧରି ଏହି ପଦବୀ ପୂରଣ ହେଉନାହିଁ ବୋଲି ଡିଏମଇଟି ପ୍ରତ୍ୟକ୍ଷ ଭାବରେ ସ୍ବୀକାର କରି ନଥିଲେ ବି ପରୋକ୍ଷ ଭାବରେ ଏହା ସ୍ବୀକାର କରିଛନ୍ତି। ଖାଲି ପଡିଥିବା ପଦବୀ ଏକ ନିୟମିତ ପ୍ରକ୍ରିୟା।ଅବସର ହେଲା ପରେ ଏହା ଖାଲି ପଡିଥାଏ ବୋଲି ସେ କହିଛନ୍ତି। ତେବେ ଖାଲି ପଡିଥିବା ପଦବୀ ପୂରଣ କରାଯିବ। କୋଭିଡ ସମୟରେ ସ୍ୱତନ୍ତ୍ର ନିଯୁକ୍ତି ଦିଆଯାଉଛି। ସେହିପରି ଯେଉଁ ନୂତନ ମେଡିକାଲ ନିର୍ମାଣ ହେବ ସେଠାରେ ମଧ୍ୟ ପଦବୀ ପୂରଣ କରାଯିବ କହିଛନ୍ତି ଡିଏମଇଟି।

ଗୋଟେ ପଟେ ଘରୋଇ ହସପିଟାଲରେ ନର୍ସ ମାନଙ୍କ ଛଟେଇ କରାଯାଉଥିବା ବେଳେ ସରକାରୀ ହସପିଟାଲରେ ଷ୍ଟାଫ ନର୍ସଙ୍କ ପଦବୀ ଖାଲି ପଡିବା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଟକରୁ ନାରାୟଣ ସାହୁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.