ETV Bharat / city

କଟକଣା ନିୟମ ଉଲଙ୍ଘନ, ଗୁରୁବାର ସୁଦ୍ଧା ରାଜ୍ୟରେ ୭୪୨୧ ମାମଲା ରୁଜୁ - ମାମଲା ରୁଜୁ

କଟକଣା ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଗୁରୁବାର ସୁଦ୍ଧା ମୋଟ ୭୪୨୧ଟି ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...

କଟକଣା ନିୟମ ଉଲଙ୍ଘନ, ଗୁରୁବାର ସୁଦ୍ଧା ରାଜ୍ୟରେ ୭୪୨୧ ମାମଲା ରୁଜୁ

author img

By

Published : Aug 20, 2020, 8:08 PM IST

କଟକ: ଦେଶରେ ଜାରି ରହିଛି କୋରୋନା ସଂକ୍ରମଣ । ରାଜ୍ୟରେ ମଧ୍ୟ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ତେବେ ଏପରି ସ୍ଥିତିରେ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି । ଏହି ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଗୁରୁବାର ସୁଦ୍ଧା ମୋଟ ୭୪୨୧ଟି ମାମଲା ରୁଜୁ କରାଯାଇଛି ।

ଗତ ମାର୍ଚ୍ଚ ୨୪ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୬ଟି ମାମଲା ରୁଜୁ କରାଯାଇଛି । ଏହି ୬ଟି ମାମଲା ମଧ୍ୟରୁ ୪ଟି ମାମଲା କଟକଣା ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ୨ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଚିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.