ETV Bharat / city

Manas Murder Case: ମେମୋରୀ କାର୍ଡ ପାଇଁ କ୍ରାଇମବ୍ରାଞ୍ଚର ତନାଘନା ଜାରି

ମାନସ ହତ୍ୟାକାଣ୍ଡ ମାମଲାରେ ଶର୍ମିଷ୍ଠାଙ୍କ ବୟାନ କ୍ରାଇମବ୍ରାଞ୍ଚ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦ୍ବୀତିୟ ପର୍ଯ୍ୟାୟ ରିମାଣ୍ଡରେ ଆଣି ଛାନଭିନ କରୁଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Manas Swain Murder Case: ମେମୋରୀ କାର୍ଡ ପାଇଁ କ୍ରାଇମବ୍ରାଞ୍ଚର ତନାଘନା ଜାରି

author img

By

Published : Apr 4, 2022, 10:28 PM IST

କଟକ: ମୁଁ ହତ୍ୟା କରିଛି କିନ୍ତୁ ମେମୋରୀ କାର୍ଡ ସମ୍ପର୍କରେ କିଛି ବି ଜାଣିନି । ମାନସ ହତ୍ୟାକାଣ୍ଡ ମାମଲାରେ ଶର୍ମିଷ୍ଠାଙ୍କ ଏଭଳି ବୟାନ କ୍ରାଇମବ୍ରାଞ୍ଚ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦ୍ବୀତିୟ ପର୍ଯ୍ୟାୟ ରିମାଣ୍ଡରେ ଆଣି ଛାନଭିନ କରୁଛି କ୍ରାଇମବ୍ରାଞ୍ଚ । ପ୍ରଥମ ପାଞ୍ଚ ଦିନର ମାରାଥନ ଜେରାରେ ଶର୍ମିଷ୍ଠା ମାନସଙ୍କୁ ଅପହରଣ ଠାରୁ ଆରମ୍ଭ କରି ତାଙ୍କୁ ହତ୍ୟା ଏବଂ ହାତ୍ୟା ପରେ ମୃତଦେହକୁ ଠିକଣା ଲଗାଇବା ସହ ପ୍ରମାଣ ନଷ୍ଟ ପାଇଁ ସେ କରିଥିବା ସମସ୍ତ ଉଦ୍ୟମ ବାବଦରେ ଗୋଟି ଗୋଟି କରି ତଦନ୍ତକାରୀ ଅଧିକାରୀମାନଙ୍କୁ କହିଛି ।

Manas Swain Murder Case: ମେମୋରୀ କାର୍ଡ ପାଇଁ କ୍ରାଇମବ୍ରାଞ୍ଚର ତନାଘନା ଜାରି

କିନ୍ତୁ ମାନସଙ୍କ ପାଖରେ ଥିବା ଚର୍ଚ୍ଚିତ ମେମୋରୀ ଚିପରେ କଣ ଥିଲା ଏବଂ ସେହି ମେମୋରୀ ଚିପ ଏବେ କେଉଁଠି ସେନେଇ କ୍ରାଇମବ୍ରାଞ୍ଚ ଆଗରେ ପଦ ଟିଏ ବି କହୁ ନାହାଁନ୍ତି ଓ୍ବେବ ପୋଟାଲ ମାଲିକାଣୀ । ଅପରପକ୍ଷେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ଚତୁର ମହିଳାଙ୍କ ଠାରୁ ତଥ୍ୟ ହାସଲ କରିବାରେ ପ୍ରଥମ ପର୍ଯ୍ୟାୟ ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ କରିଛି । ଏହି କ୍ରମରେ ରିମାଣ୍ଡରେ ଥିବା ଶର୍ମିଷ୍ଠା ଓ ଝୁନା ଉଭୟଙ୍କର ପଲିଗ୍ରାଫ ଟେଷ୍ଟ କରିବାକୁ ଯାଉଛି କ୍ରାଇମବ୍ରାଞ୍ଚ ।

ଚର୍ଚ୍ଚିତ ମୋମୋରୀ ଚିପ ଏହି ମାମଲାର ଏକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ହୋଇଥିବା ବେଳେ ପୂର୍ବ ଜେରା ସମୟରେ ଶର୍ମିଷ୍ଠାଙ୍କ ପାଖରୁ ସେହି ମେମୋରୀ ଚିପଟି ଠାବ କରିବାରେ ବିଫଳ ହୋଇଥିଲା କ୍ରାଇମବ୍ରାଞ୍ଚ । ତେବେ ଏହି ଅଭିଯୁକ୍ତଙ୍କ ଦୋଷ ପ୍ରମାଣ କରିବା ପାଇଁ କ୍ରାଇମବ୍ରାଞ୍ଚ ବଳିଷ୍ଠ ପ୍ରମାଣ ସଂଗ୍ରହ ନ କଲେ ଅଭିଯୁକ୍ତମାନେ ଖସିଯିବା ପାଇଁ ବାଟ ସହଜ ହେବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.