ETV Bharat / city

ଚଣ୍ଡି ମନ୍ଦିର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ - କଟକ ଚଣ୍ଡୀ ମନ୍ଦିର

ବଦଳିବ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡିଙ୍କ ମନ୍ଦିରର ରୂପରେଖ । କେବଳ ମନ୍ଦିର ନୁହେଁ ବରଂ ଏହାର ଆଖପାଖ ଅଞ୍ଚଳକୁ ମଧ୍ୟ ଦିଆଯିବ ଏକ ନୂଆ ରୂପ । ଅଧିକ ପଢ଼ନ୍ତୁ

ଚଣ୍ଡୀ ମନ୍ଦିର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ

author img

By

Published : May 22, 2022, 9:05 PM IST

କଟକ : ବଦଳିବ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡିଙ୍କ ମନ୍ଦିରର ରୂପରେଖ । କେବଳ ମନ୍ଦିର ନୁହେଁ ବରଂ ଏହାର ଆଖାପାଖ ଅଞ୍ଚଳକୁ ମଧ୍ୟ ଦିଆଯିବ ଏକ ନୂଆ ରୂପ । ମା'ଙ୍କ ମନ୍ଦିର ଓ ଏହାର ପରିସରର ବିକାଶ କରିବା ପାଇଁ ରାଜ୍ୟ ସରକାର ଏନେଇ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏନେଇ ଆଗରୁ ମନ୍ଦିରକୁ ଆସି ଭିତ୍ତିଭୂମିର ସମୀକ୍ଷା କରିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ।

ଚଣ୍ଡୀ ମନ୍ଦିର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ

OBCC ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରି ଗୋଟି ଦ୍ବାର ନିର୍ମାଣ କରାଯିବ । ଚଣ୍ଡି ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀ ମାନଙ୍କ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି । ତେଣୁ ଚଣ୍ଡି ମନ୍ଦିର ସମ୍ମୁଖ ରାସ୍ତାକୁ ପରିବର୍ତ୍ତନ କରାଯିବ ।

ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ମନ୍ଦିରର ନିର୍ମାଣ ସମୟରେ ଐତିହ୍ୟ ଓ ପ୍ରାଚୀନତାକୁ ପ୍ରାଧ୍ୟାନ ଦିଆଯିବ । ଗୋଟିଏ ବର୍ଷ ମଧ୍ୟରେ ମନ୍ଦିରର ନବନିର୍ମାଣ କାର୍ଯ୍ୟକୁ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଜମି ଅଧିଗ୍ରହଣ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.