ETV Bharat / city

ହାଇକୋର୍ଟରେ ଅର୍ଚ୍ଚନା ମାମଲା: ସମ୍ପତ୍ତି ବ୍ୟାଜାପ୍ତି ପାଇଁ ପିଟିସନ୍ ଦାଏର ସହ ଇଡି ତଦନ୍ତ ଦାବି - ବ୍ଲାକମେଲର ଅର୍ଚ୍ଚନା ନାଗ

ହାଇକୋର୍ଟ ଗଲା ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଅଧିକ ପଢନ୍ତୁ

blackmailer Archana Nag matter
ହାଇକୋର୍ଟରେ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା
author img

By

Published : Oct 14, 2022, 1:43 PM IST

Updated : Oct 14, 2022, 5:03 PM IST

କଟକ: ହାଇକୋର୍ଟରେରେ ପହଞ୍ଚିଲା ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା (Lady Blackmailer Archana Nag case in HC) । ଅର୍ଚ୍ଚନାଙ୍କ ସମ୍ପତ୍ତର ଇଡି ତଦନ୍ତ ଏବଂ ବେଆଇନ ଭାବେ ରହିଥିବା ଗଚ୍ଛିତ ସମ୍ପତ୍ତିକୁ ବ୍ୟାଜପ୍ତି ନେଇ ଦାୟର ନେଇ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର କରାଯାଇଛି । ଏଥିରେ କେନ୍ଦ୍ର ସରକାର, ଇଡି, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୋଲିସ ଡିଜି, ଖଣ୍ଡଗିରି ଥାନା ଅଧିକାରୀ ଏବଂ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ସେପଟେ ଜାମିନ ଆବେଦନ କରିଛନ୍ତି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ । ଭୁବନେଶ୍ୱର SDJM କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଛନ୍ତି । ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା । ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇନଥିଲା । ଅକ୍ଟୋବର 11 ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଜାମିନ ମାମଲାର ଶୁଣାଣି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ଭିସି ଯୋଗେ ମାମଲାର ଶୁଣାଣି ହୋଇଥିଲା । ଏ ଘଟଣାର ବିଜେପି ସିବିଆଇ ତଦନ୍ତ ଦାବି କରିଛି । ଅର୍ଚ୍ଚନାଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି । ବହୁ ବଡବଡିଆ, ରାଜନୈତିକ ଦଳର ନେତା, ବ୍ୟବସାୟୀ, ଓଲିଉଡ ନିର୍ଦ୍ଦେଶକଙ୍କ ନାମ ଅର୍ଚ୍ଚନାଙ୍କ ସହ ଛନ୍ଦି ହୋଇଛି ।

ହାଇକୋର୍ଟରେ ଅର୍ଚ୍ଚନା ମାମଲା: ସମ୍ପତ୍ତି ବ୍ୟାଜାପ୍ତି ପାଇଁ ପିଟିସନ୍ ଦାଏର ସହ ଇଡି ତଦନ୍ତ ଦାବି

ଅର୍ଚ୍ଚନା ନାଗ ଜାଲରେ ବହୁ ରାଜନୈତିକ ନେତା ପଡିଥିବା ବେଳେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲା ଅର୍ଚ୍ଚନା । ସେହି ଭିଡିଓକୁ ଦେଖାଇ ରାଜନୈତିକ ନେତା ଓ ପ୍ରତିପତ୍ତିଙ୍କୁ ସେ ବ୍ଲାକମେଲ କରୁଥିଲା । ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଣି ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରି ସେଠାରେ ଖୁସିରେ ଦିନ କାଟୁଥିଲା । ଅର୍ଚ୍ଚନାଙ୍କ ବେଆଇନ ଅର୍ଥ ରୋଜଗାରର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଇ ବେଆଇନ ସମ୍ପତ୍ତିକୁ ସରକାରୀ ତହବିଲକୁ ନେବା ପାଇଁ ଏହି ଜନସ୍ୱାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି।

ଏହା ବି ପଢନ୍ତୁ- ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଘଟଣା, ପୋଲିସର ତଦନ୍ତ ନେଇ ପ୍ରଶ୍ନବାଚୀ

ମାୟାବିନୀ ମହିଳା ଅର୍ଚ୍ଚନା ନାଗଙ୍କୁ ନେଇ ଦିନକୁ ଦିନ ଅନେକ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ପୋଲିସ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ଏହା ସହ ରାଜନେତାଙ୍କ ବୟାନବାଜି ଘଟଣାକୁ ଆହୁରି ଖୋରାକ ଯୋଗାଉଛି । ଗତକାଲି ବିଧାୟକ ସନ୍ତୋଷ ସାଲୁଜାଙ୍କ ବୟାନ ଚାଞ୍ଚଲ୍ୟ ଖେଳାଇଥିଲା । ଅର୍ଚ୍ଚନା ନାଗ ସତ ପଦାକୁ ଆସିଲେ ସରକାର ଭାଙ୍ଗିଯିବ ବୋଲି କହିଥିଲେ ସନ୍ତୋଷ ସାଲୁଜା । ଅର୍ଚ୍ଚନାଙ୍କ ନାଗଫାଶରେ ୨୫ରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତଙ୍କ ଲିଙ୍କ ରହିଛି । ଅର୍ଚ୍ଚନାଙ୍କ ସାମ୍ରାଜ୍ୟରେ କେବଳ ସେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା ତାହା ନୁହେଁ ଡ୍ରଗ୍ସ ପସରା ମଧ୍ୟ ମେଲିଥିଲା । ବଡ ବଡିଆଙ୍କ ହାତ ଥିବାରୁ ପୋଲିସ ଉପର ଠାଉରିଆ ତଦନ୍ତ ଚଲାଉଥିବା ଅଭିଯୋଗ କରିଥିଲେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ।

ଇଟିଭି ଭାରତ, କଟକ

Last Updated : Oct 14, 2022, 5:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.