ETV Bharat / city

ଦୁଷ୍କର୍ମ ପରେ ପୀଡିତା ଅନ୍ତସତ୍ତ୍ବା ମାମଲା; ଗାଇଡଲାଇନ ଜାରି କଲେ ହାଇକୋର୍ଟ

ଦୁଷ୍କର୍ମ ପରେ ପୀଡିତା ଅନ୍ତସତ୍ତ୍ବା ମାମଲାରେ ଗାଇଡଲାଇନ ଜାରି କରିଛନ୍ତି ହୋଇକୋର୍ଟ । ଜଗତସିଂହପୁର କୁଜଙ୍ଗ ଅଞ୍ଚଳରେ ଘଟିଥିବା ଏପରି ଏକ ମାମଲାର ଶୁଣାଣି କରି କୋର୍ଟ ଏହି ଗାଇଡଲାଇନ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ଦୁଷ୍କର୍ମ ପରେ ପୀଡିତା ଅନ୍ତସତ୍ତ୍ବା ମାମଲା
ଦୁଷ୍କର୍ମ ପରେ ପୀଡିତା ଅନ୍ତସତ୍ତ୍ବା ମାମଲା
author img

By

Published : Sep 24, 2020, 7:46 AM IST

କଟକ: ଜଗତସିଂହପୁର କୁଜଙ୍ଗ ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଐତିହାସିକ ରାୟ ଦେଇଛନ୍ତି ହାଇକୋର୍ଟ । ପୀଡିତାଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ 7 ଦିନ ମଧ୍ୟରେ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୀଡିତା ଜଣଙ୍କ ଗର୍ଭଧାରଣ କରିଥିବାରୁ ଝିଅ ଜନ୍ମହେଲେ 5 ଲକ୍ଷ ଓ ପୁଅ ଜନ୍ମହେଲେ 3 ଲକ୍ଷ ଟଙ୍କା ମଧ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୁଜଙ୍ଗର ଅବିବାହିତ ପୀଡିତା ଅନୈତିକ ଗର୍ଭଧାରଣ କରିବା ପରେ ତାର ଗରିବ ମାଆ ଗର୍ଭ ନଷ୍ଟ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ପୀଡିତା ଗର୍ଭଧାରଣକୁ 16 ସପ୍ତାହ ଅତିକ୍ରମ କରି ଯାଇଥିବାରୁ ଗର୍ଭ ନଷ୍ଟ ପାଇଁ ମନା କରିଥିଲେ ଡାକ୍ତରୀ ଟିମ। ତେଣୁ ସରକାରୀ ଖର୍ଚ୍ଚରେ ଶିଶୁ ପ୍ରସବ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ପୀଡିତାକୁ 7 ଦିନ ମଧ୍ୟରେ କ୍ଷତିପୂରଣ ଓ ପ୍ରସବର 10 ଦିନ ମଧ୍ୟରେ ପିଲାକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରସବ ପର୍ଯ୍ୟନ୍ତ ଚିକିତ୍ସା ଓ ପ୍ରସବ ଦାୟିତ୍ବ ସରକାର ନେବେ ବୋଲି ହାଇକୋର୍ଟ କହିଛନ୍ତି । ଚିକିତ୍ସା ଓ ପ୍ରସବ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ଏସସିବିରେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୀଡିତାଙ୍କୁ ମିଳିବାକୁ ଥିବା ଅର୍ଥ ଫିକ୍ସଡ ଡିପୋଜିଟ୍‌ ଭାବେ ଏକ ଜାତୀୟକରଣ ବ୍ୟାଙ୍କରେ ରଖାଯିବ । ଏଥିରୁ ମିଳିବାକୁ ଥିବା ସୁଧ ପୀଡିତାଙ୍କ ପାଇଁ ଖର୍ଚ୍ଚ ହେବ । ଏସମ୍ପର୍କିତ ଆକାଉଣ୍ଟ ପରିଚାଳନା ପୀଡିତାଙ୍କ ମା’ କରିବେ ବୋଲି କୋର୍ଟ କହିଛନ୍ତି ।

ସେହିପରି ଏପରି ସ୍ଥିତି ପୀଡିତାଙ୍କ ଅଭିଯୋଗ ପାଇବା କ୍ଷଣି 8 ସପ୍ତାହ ମଧ୍ୟରେ ଗର୍ଭ ନଷ୍ଟ କରିବାର ବ୍ୟବସ୍ଥା କରିବେ । ସିଡିଏମଓଙ୍କ ପରାମର୍ଶ କ୍ରମେ ଏହା କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲାରେ ସିଡିଏମଓଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେବ । ଗର୍ଭନଷ୍ଟ କରାଯାଇ ନ ପାରିଲେ, ସରକାର ପୀଡିତା ଓ ତାଙ୍କ ଶିଶୁର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.