ETV Bharat / city

Fake Doctor Case: ନୂଆଗାଁ ଫାର୍ମ ହାଉସରେ ରେଡ, ଆନ୍ଧ୍ର ବ୍ୟବସାୟୀଙ୍କ ଠାରୁ ବାକିରେ ଆଣିଥିଲେ ୪ଲକ୍ଷ ଟଙ୍କାର ଚାରା - ନକଲି ଡାକ୍ତର ଗିରଫ ଘଟଣା

ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ଘଟଣାରେ ପୁଣି ଆସିଲା ନୂଆ ମୋଡ । କଟକ ଖମାର ନୂଆଗାଁ ଠାରେ ଥିବା ରମେଶର ଫାର୍ମ ହାଉସରେ ପହଞ୍ଚିଛି ଖୁଣ୍ଟୁଣୀ ଥାନା ପୋଲିସ । ଲୋକଙ୍କ ଠାରୁ ଠକେଇ କରି ନେଇଥିବା ଟଙ୍କାରେ ରମେଶ ଏକ ଫାର୍ମ ହାଉସ କରିଛି । ଅଧିକ ପଢନ୍ତୁ

Fake Doctor Case Update:  ନୂଆଗାଁ ଫାର୍ମ ହାଉସରେ ରେଡ

author img

By

Published : Feb 23, 2022, 3:58 PM IST

କଟକ : ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ଘଟଣାରେ ପୁଣି ଆସିଲା ନୂଆ ମୋଡ । କଟକ ଖମାର ନୂଆଗାଁ ଠାରେ ଥିବା ରମେଶର ଫାର୍ମ ହାଉସରେ ପହଞ୍ଚିଛି ଖୁଣ୍ଟୁଣୀ ଥାନା ପୋଲିସ । ଲୋକଙ୍କ ଠାରୁ ଠକେଇ କରି ନେଇଥିବା ଟଙ୍କାରେ ରମେଶ ଏକ ଫାର୍ମ ହାଉସ କରିଛି ।

Fake Doctor Case Update: ନୂଆଗାଁ ଫାର୍ମ ହାଉସରେ ରେଡ

ପ୍ରାୟ ୩୦ ଏକର ସ୍ଥାନରେ ପରିମିତ ଏହି ଫାର୍ମ ହାଉସରେ ରେଡ କରିଛି ପୋଲିସ । ମିଳିଥିବା ସୂଚନା ମୁତାବକ ରସିକିଆ ଡାକ୍ତର ରମେଶ ଖୁଣ୍ଟୁଣୀ ଅଞ୍ଚଳରେ ଏହି ଫାର୍ମ ହାଉସ କରିଥିବାବେଳେ ସେହି ଫାର୍ମ ହାଉସରେ ଲଗାଯାଇଥିବା ଚାରାକୁ ଜଣେ ଆନ୍ଧ୍ର ବ୍ୟବସାୟୀଙ୍କ ଠାରୁ ବାକିରେ ଆଣିଥିଲେ । କିନ୍ତୁ ଚାରା କିଣା ବାବଦରେ ୪ ଲକ୍ଷ ଟଙ୍କା ବାକି ଟଙ୍କା ସୁଝି ନାହାଁନ୍ତି ।

ଏହାବି ପଢନ୍ତୁ : ନକଲି ଡାକ୍ତର ନାଁରେ ବଢୁଛି ଅଭିଯୋଗ: ଠକୁଥିଲା ରମେଶ, ଅଏସ କରୁଥିଲେ ଭଉଣୀ

ଏନେଇ ସମ୍ପୃକ୍ତ ବ୍ୟବସାୟୀ ଜଣକ ପୋଲିସରେ ଅଭିଯୋଗ କରିବା ପରେ ଆଜି ପୋଲିସ ଏଠାରେ ରେଡ ମାରିଛି । ତେବେ ଯାଞ୍ଚ ସମୟରେ ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ଠିକରେ ଦରମା ଦେଉ ନଥିବାବେଳେ ଠିକାରେ କାମ କରୁଥିବା ସଂସ୍ଥାର ଟଙ୍କା ମଧ୍ୟ ବାକି ରଖିଛି । ସେପଟେ ରମେଶ ଏହି ଫାର୍ମ ହାଉସକୁ ଆସୁଥିବା କଥା କହିଛନ୍ତି ଫାର୍ମ ହାଉସ କର୍ମଚାରୀ । ଗତ ୨୧ ତାରିଖ ଦିନ ରମେଶ ଭଡାରେ ଖଣ୍ତଗିରିରେ ରହୁଥିବା ଆପାର୍ଟମେଣ୍ଟରୁ ୨ ଟି ଗାଡି କମିଶନରେଟ ଜବତ କରିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.