ETV Bharat / city

ଖପୁରିଆ ଆଇଟିଆଇ ଦେବ ନୂତନ ସମ୍ଭାବନା: ସୁବ୍ରତ ବାଗଚି

author img

By

Published : Oct 26, 2021, 9:56 PM IST

କଟକ ଖପୁରିଆର ଆଇଟିଆଇ ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ ସ୍ଥାନ ସୃଷ୍ଟି କରିବା ପାଇଁ ଯାଉଛି । ଆଇଟିଆଇର ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି । ଅଧିକ ପଢନ୍ତୁ...

Khapuria ITI  will give new possibilities says OSDA chairman Subrat bagachi
ଖପୁରିଆ ଆଇଟିଆଇ ଦେବ ନୂତନ ସମ୍ଭାବନା: ସୁବ୍ରତ ବାଗଚି

କଟକ: ଖପୁରିଆସ୍ଥିତ ସରକାରୀ ଆଇଟିଆଇ ସୃଷ୍ଟି କରିବା ନୂତନ ସମ୍ଭାବନା । ଅନେକ ଦକ୍ଷ ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରେ ରହିଛନ୍ତି । ଯାହା ଦେଶ ପାଇଁ ନିଶ୍ଚୟ ଆଣିବ ଗୌରବ । ମଙ୍ଗଳବାର ଆଇଟିଆଇର ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ କରିବା ଅବସରରେ ଏହା ପ୍ରକାଶ କରିଛନ୍ତ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ।

କଟକ ଖପୁରିଆର ଆଇଟିଆଇ ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ ସ୍ଥାନ ସୃଷ୍ଟି କରିବା ପାଇଁ ଯାଉଛି । ଏଠାକାର ଛାତ୍ରଛାତ୍ରୀ, ପ୍ରଶିକ୍ଷକମାନେ ପ୍ରତ୍ୟେକ ଦିନ ଦକ୍ଷତାର ମାନ ବୃଦ୍ଧି କରୁଛନ୍ତି । କେବଳ ରାଜ୍ୟ ନୁହେଁ, ଦେଶ ବିଦେଶର ସୁନାମ ଅର୍ଜନ କରିବା ଆରମ୍ଭ କରିଛି । ଶିକ୍ଷାନୁଷ୍ଠାନରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହେବା ଅବସରରେ କହିଛନ୍ତି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର (OSDA) ଅଧ୍ୟକ୍ଷ ସୁବ୍ରତ ବାଗଚି । ଆଇଟିଆଇର ନୂତନ ଭାବରେ ପ୍ରସ୍ତୁତ କରାଯାଇଥିବା ପ୍ରଶିକ୍ଷଣ କେନ୍ଦ୍ରର ଜନ୍ ବିନ ୱିଲ କ୍ୟାର ସେଣ୍ଟର୍, ନନ୍ ଡେଷ୍ଟ୍ରକ୍ଟିଭ ଟେଷ୍ଟିଂ ଟ୍ରେନିଂ ସେଣ୍ଟର୍ ଓ ମ୍ୟାନ ମେସିନ୍ କାର ସର୍ଭିସିଂ ସେଣ୍ଟରର ଉଦଘାଟନ କରିଛନ୍ତି । ଏହି ଅବସରରେ DTET ର ନିର୍ଦ୍ଦେଶକ ରଘୁ ଜି ମଧ୍ୟ ଉପସ୍ଥିତ ଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ନିକଟ ଅତୀତରେ ବିହାର ରାଜ୍ୟର ପାଟନାରେ ଅନୁଷ୍ଠିତ ହୋଇଥିବା ଭାରତ ଦକ୍ଷତା ଆଞ୍ଚଳିକ ପ୍ରତିଯୋଗିତା କୃତିତ୍ବ ଅର୍ଜନ କରିଥିବା କଟକ ଆଇଟିଆଇର ୭ ଜଣ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଡ଼ିସେମ୍ବର ମାସରେ ଏହି କୃତିତ୍ବ ଛାତ୍ର ବାଙ୍ଗାଲୋରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଭାରତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.